ମହର୍ଷି ଦୟାନନ୍ଦ ଗୁରୁକୁଳ ଯୋଗାଶ୍ରମ ମହାବିଦ୍ୟାଳୟର ୧୭ତମ ବାର୍ଷିକ ଉତ୍ସବ

ରିପୋର୍ଟ: ନିରୋଜ ପାଣି ,ଡିଳେଶ୍ୱର ବାଗ //
ପାଇକମାଲ(୦୨/୦୨): ଗତ ତା‐୦୧/୦୨/୨୦୨୦ ରୁ ତା‐୦୨/୦୨/୨୦୨୦ ରିଖ ପର୍ଯ୍ୟନ୍ତ, ଦୁଇ ଦିନ ଧରି ପାଇକମାଲ ସ୍ଥିତ ମହର୍ଷି ଦୟାନନ୍ଦ ଗୁରୁକୁଳ ଯୋଗାଶ୍ରମ ମହାବିଦ୍ୟାଳୟର ୧୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |

ପ୍ରାତଃ କାଳରେ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଧ୍ଧନା ଜଣାଇ ଏକ ସାମୂହିକ ଯଜ୍ଞ କରାଯାଇଥିଲା | କନ୍ୟା ଗୁରୁକୁଳର ବ୍ରହ୍ମଚାରିଣୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ | ସାମୂହିକ ଯଜ୍ଞ ପରେ ବ୍ରହ୍ମଚାରୀ ମାନେ ତାଙ୍କର ମାତା ପିତା ମାନଙ୍କର ଚରଣ ବନ୍ଦନା ପୂର୍ବକ ପୂଜା କରିଥିଲେ ଏବଂ ବ୍ୟାୟାମ କୌଶଳ ପ୍ରଦର୍ଶନ କରିଥିଲେ | ଏହି ଅବସରରେ ଆଚାର୍ଯ୍ୟ ନରଦେବ ୟଜୁର୍ବେଦିଙ୍କ ସଭାପତିତ୍ବରେ ଏକ ଧାର୍ମିକ ସଭା ଅନୁଷ୍ଠିତ ହୋଇଥିଲା | ସଭାରେ ସ୍ବାମୀ ସୁରେଶ୍ବରା ନନ୍ଦ ଆଧୁନିକ ଶିକ୍ଷା ପଦ୍ଧତି ଓ ଗୁରୁକୁଳ ଶିକ୍ଷାର ତଫାତ୍ ବିଷୟରେ ଆଲୋକପାତ କରିଥିଲେ | ସଭାରେ ବହୁ ଦୂରାନ୍ତରରୁ ବୈଦିକ ଧର୍ମାନୁରାଗି ଆସି ଯୋଗଦାନ କରିଥିଲେ | ଏହି ଉତ୍ସବ ରେ ସମସ୍ତଙ୍କ ପାଇଁ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ର ଭୋଜନର ବ୍ୟବସ୍ଥା କରାଯାଇଥିଲା | ଆଚାର୍ଯ୍ୟ ଗୋବିନ୍ଦ, ଆଚାର୍ଯ୍ୟ ବୁଦ୍ଧଦେବ, ଆଚାର୍ଯ୍ୟ ଅନନ୍ତ, ଆଚାର୍ଯ୍ୟ ଶାରଦା ଏବଂ ଗୁରୁକୁଳର ସମସ୍ତ ଆଚାର୍ଯ୍ୟ ଉକ୍ତ ବାର୍ଷିକ ଉତ୍ସବରେ ନିଜ ନିଜର ଦାୟୀତ୍ବ ସୂଚାରୁ ରୂପେ ତୁଳାଇଥିଲେ |

Comments are closed.