Friday, March 29, 2024

Top 5 This Week

Related Posts

‘ଏରୋ ଇଣ୍ଡିଆ ୨୦୨୩’ର ୧୪ ତମ ସଂସ୍କରଣକୁ ଉଦଘାଟନ କରିବେ ମୋଦି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୩/୦୨) : ଆଜି ବେଙ୍ଗାଳୁରୁରେ ଅନୁଷ୍ଠିତ ହେବ ସବୁଠୁ ବଡ଼ ଏୟାର ସୋ । ବେଙ୍ଗାଳୁରୁ ୟେଲାହଙ୍କାସ୍ଥିତ ବାୟୁସେନା ଷ୍ଟେସନରେ ‘ଏରୋ ଇଣ୍ଡିଆ ୨୦୨୩’ ର ୧୪ ତମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।download 3 3 'ଏରୋ ଇଣ୍ଡିଆ ୨୦୨୩'ର ୧୪ ତମ ସଂସ୍କରଣକୁ ଉଦଘାଟନ କରିବେ ମୋଦି

ଏହା ହେଉଛି ଏସିଆର ସର୍ବ ବୃହତ ଏରୋ ଶୋ । ଯେଉଁଥିରେ ଡିଜାଇନ୍ ନେତୃତ୍ବରେ ଦେଶର ପ୍ରଗତି, UAV କ୍ଷେତ୍ରର ଅଭିବୃଦ୍ଧି, ପ୍ରତିରକ୍ଷା ଏବଂ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାରେ ଦେଶର ଅଗ୍ରଗତିର ପ୍ରଦର୍ଶନ କରାଯିବ । ଏହା ଲାଇଟ୍ କମ୍ବାଟ୍ ହେଲିକପ୍ଟର, ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର, ସ୍ୱଦେଶୀ ବିମାନ ପ୍ଲାଟଫର୍ମର ରପ୍ତାନିକୁ ପ୍ରୋତ୍ସାହିତ କରିବ । ‘ମେକ୍ ଇନ୍ ଇଣ୍ଡିଆ’ ଯୋଗେ ଘରୋଇ ବିମାନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ପ୍ରାୟ ୩୫ ହଜାର ବର୍ଗ ମିଟର ପରିସରରେ ଏହି ଏରୋ ଶୋ ଆୟୋଜନ କରାଯାଉଛି । ଏଥିରେ ୯୮ ଟି ଦେଶ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି ।

ଏହି କାର୍ଯ୍ୟକ୍ରମରେ ୩୨ ଟି ଦେଶର ପ୍ରତିରକ୍ଷା ମନ୍ତ୍ରୀ, ୨୯ ଟି ଦେଶର ବାୟୁସେନା ମୁଖ୍ୟ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ ଲକ୍ଷ୍ୟ ଦର୍ଶକ ଯୋଗଦେବେ ଏବଂ ଟେଲିଭିଜନ ଓ ଇଣ୍ଟରନେଟ ମାଧ୍ୟରେ ମଧ୍ୟ ଅନେକ ଦର୍ଶକ ଯୋଡ଼ି ହେବେ । ଏହି ଏରୋ ଇଣ୍ଡିଆ କାର୍ଯ୍ୟକ୍ରମ ଆଜିଠୁ ୧୭ ଫେବ୍ରୁଆରୀ ଯାଏଁ ଚାଲିବ । ଏହାପୂର୍ବରୁ ଏରୋ ଇଣ୍ଡିଆର ୧୩ ତମ ସଂସ୍କରଣ ୨୦୨୧ ରେ ଅନୁଷ୍ଠିତ ହୋଇଥିଲା । ତେବେ କରୋନା ମହାମାରୀ ପାଇଁ ଏହା ୩ ଦିନ ଚାଲିଥିଲା ।

Popular Articles