Friday, March 29, 2024

Top 5 This Week

Related Posts

ପାକିସ୍ତାନ କୁ ୭ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୩/୦୨) : ମହିଳା ଟି-୨୦ ବିଶ୍ୱକପରେ ଭାରତର ଦମଦାର ବିଜୟ । ପାକିସ୍ତାନ କୁ ୭ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ ।

ବିଜୟରୁ ଆରମ୍ଭ ହେଲା ବିଶ୍ୱକପ ଅଭିଯାନ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ୨୦ ଓଭରରେ ୪ ୱିକେଟ ହରାଇ କରିଥିଲା ୧୪୯ ରନ । ତେବେ ମାତ୍ର ୩ ୱିକେଟ ହରାଇ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ୩୮ ବଲରେ ଅପରାଜିତ ୫୩ ରନ୍‌ କରି ଟିମ୍ କୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ନେଇଥିଲେ ଜେମିମା । ୧୫ ତାରିଖରେ ପରବର୍ତ୍ତି ଗ୍ରୁପ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍‌କୁ ଭେଟିବ ଭାରତ । ସେହିପରି ୧୮ ତାରିଖରେ ଇଂଲଣ୍ଡ ଓ ୨୦ରେ ଆୟରଲାଣ୍ଡ ସହ ହେବ ମୁକାବିଲା । ୨୩ ଓ ୨୪ ତାରିଖରେ ସେମିଫାଇନାଲ୍‌ ଥିବା ବେଳେ ୨୬ରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍ । ତେବେ ଚଳିତ ବର୍ଷ ଅଣ୍ଡର-୧୯ ମହିଳା ଦଳ ଇଂଲଣ୍ଡକୁ ପରାସ୍ତ କରି ବିଶ୍ୱକପ ଜିତିଥିବା ବେଳେ ମହିଳା ଟିମ୍‌ ମଧ୍ୟ ଏହି ସଫଳତାକୁ ଦୋହରାଇବ ବୋଲି ବିଶ୍ୱାସ ରଖିଛନ୍ତି ଦେଶବାସୀ ।

Popular Articles