ପୋଖରୀରୁ ଭାସୁଥିବା ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

0
84
ଉଦ୍ଧାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୨/୦୨) : ପୋଖରୀରୁ ଭାସୁଥିବା ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବ୍ରହ୍ମଣଗାରୁ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ବ୍ରାହ୍ମଣଗା ପଞ୍ଚାୟତ ବୈକୁଣ୍ଠପୁର ଗାଁର ଗୋବିନ୍ଦ ସାହୁ । ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି । ସେ ୨ ଦିନ ଧରି ନିଖୋଜ ଥିଲେ । ପରିବାର ଲୋକ ବହୁ ଖୋଜାଖୋକଜି ପରେ ଆଜି ସକାଳେ ମହାଦେବ ମନ୍ଦିର ନିକଟ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ ।