ଐତିହାସିକ ପୂରାତନ ଶୈବପୀଠ ଶ୍ରୀମୀନାଝୋଲାରେ ଅନୁଷ୍ଠିତ ହେବ ତ୍ରୀବେଣୀ ମହୋତ୍ସବ

0
158
ଐତିହାସିକ

ରିପୋର୍ଟ : ନରତ୍ତମା ପାଢୀ
ଚନ୍ଦ୍ରପୁର/ରାୟଗଡା, (୧୧/୦୨) : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଳକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମପଞ୍ଚାୟତ ଅବବାହିକାରେ ତଥା ଗୁଡ଼ାରୀ ବ୍ଲକ ସୀମାନ୍ତରେ ଅବସ୍ଥିତ ଐତିହାସିକ ପ୍ରାଚୀନ ଶୈବପୀଠ ଶ୍ରୀମୀନାଝୋଲାରେ ଜାଗର ମେଳା ଅନୁଷ୍ଠିତ ।WhatsApp Image 2023 02 11 at 14.52.03 ଐତିହାସିକ ପୂରାତନ ଶୈବପୀଠ ଶ୍ରୀମୀନାଝୋଲାରେ ଅନୁଷ୍ଠିତ ହେବ ତ୍ରୀବେଣୀ ମହୋତ୍ସବ

ମହାଶିବରାତ୍ରି ଯାତ୍ରା ଉପଲକ୍ଷେ ଆସନ୍ତା ଫେବୃୟାରୀ ୧୭-୨୦୨୩ ତାରିଖ ଅପରାହ୍ନ ୪ଘଣ୍ଟା ସମୟରେ କଳାକ୍ଷେତ୍ର ଭୁବନେଶ୍ୱର ଏବଂ ପ୍ରେସ କ୍ଳବ୍ ଚନ୍ଦ୍ରପୁର ତତ୍ତ୍ୱାବଧାନରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନର ସହାୟତାରେ ଐତିହାସିକ ପୂରାତନ ଶୈବପୀଠ ଶ୍ରୀମୀନାଝୋଲାରେ ପ୍ରଥମ ଥର ଲାଗି ୧ମ ତ୍ରୀବେଣୀ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶାର ସୁନାମ ଧନ୍ୟ ଗୀତିକାର, କଣ୍ଠଶିଳ୍ପୀ ଓ ଅଭିନେତା ଶ୍ରୀ ବାସୁଦେବ ମାଳବିଶୋଇଙ୍କ ଦ୍ଵାରା ରଚିତ ୭ଗୋଟି ଶିବ ଭଜନ ଲୋକାର୍ପିତ ହେବାକୁ ଯାଉଥିବା ବେଳେ କାର୍ଯ୍ୟକ୍ରମକୁ ରଞ୍ଜିତ କରିବା ନିମନ୍ତେ ଓଡ଼ିଶାର ଜଣାଶୁଣା ଏବଂ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରୀଚରଣ–ଅନ୍ତରା– ପ୍ରତିଭା–ଅନୁରାଧା — ବିରାଜିନି– ଓ ବାସୁଦେବ ମାଳବିଶୋଇ ମଞ୍ଚରେ ଭଜନ ପରିବେଷଣ କରିବା ସୂଚନା ମିଳିଛି । ସୂଚନା ମୁତାବକ ଉକ୍ତ କାର୍ଯ୍ୟକ୍ରମ ପ୍ରେସ କ୍ଳବ୍ ଚନ୍ଦ୍ରପୁର ଏବଂ କଳାକ୍ଷେତ୍ର ଭୁବନେଶ୍ୱରର ମିଳିତ ଉଦ୍ୟମରେ ଶ୍ରୀ ବାସୁଦେବ ମାଳବିଶୋଇଙ୍କ ତତ୍ତ୍ୱାବଧାନରେ ଏବଂ ସ୍ଥାନୀୟ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗଙ୍କ ସଭାପତିତ୍ୱରେ ଆୟୋଜିତ ହେଉଥିବା ସୂଚନା ମିଳିଛି ।WhatsApp Image 2023 02 11 at 14.52.22 ଐତିହାସିକ ପୂରାତନ ଶୈବପୀଠ ଶ୍ରୀମୀନାଝୋଲାରେ ଅନୁଷ୍ଠିତ ହେବ ତ୍ରୀବେଣୀ ମହୋତ୍ସବ

ଉକ୍ତ ଉତ୍ସବରେ ସ୍ଥାନୀୟ ବିଧାୟକ, ମନ୍ତ୍ରୀ ଓ ଜିଲ୍ଲାପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଉତ୍ସବକୁ ରଞ୍ଜିତ କରିବା ପାଇଁ ୩୦ ଗୋଟି ଜିଲ୍ଲାର ବଛା ବଛା ନାମିଦାମୀ କଳାକାର ଓ ସାଂସ୍କୃତିକ ଦଳମାନ ଯୋଗ ଦେବାର ପ୍ରୟାସ ଜାରି ରହିଛି । ମହୋତ୍ସବକୁ ଅଧିକ ଲୋକାଭିମୁଖୀ ସହ ଅଗ୍ରଗତି ନିମନ୍ତେ ପ୍ରେସ କ୍ଳବ୍ ସଭାପତି ଶ୍ରୀ ପ୍ରମୋଦ କୁମାର ସାହୁକାର, ସମ୍ପାଦକ ଶ୍ରୀ ବିଜୟ ଉଲାକା,ଓ ମିନାଝୋଲା ସ୍ଥିତ ଜନକଲ୍ୟାଣ ଆଶ୍ରମର ପ୍ରତିଷ୍ଠାତା ବାବା ଜନକା ନନ୍ଦ ଗିରି ଅହରହ ଲାଗି ପଡ଼ିଥିବା ବେଳେ ସ୍ଥାନୀୟ ବିଡ଼ିଓ ଏବଂ ସମିତି ଅଧ୍ୟକ୍ଷ ତଦାରଖ କରୁଛନ୍ତି ।

ପ୍ରଥମ ତ୍ରୀବେଣୀ ମହୋତ୍ସବର ପ୍ରତିଷ୍ଠାତା ମୂଖ୍ୟ ଆୟୋଜକ ଶ୍ରୀ ବାସୁଦେବ ମାଳବିଶୋଇଙ୍କ ଠାରୁ ବୁଝିଥିଲୁ ମହୋତ୍ସବକୁ ସଫଳ ଦିଗରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବ୍ଳକ ପ୍ରଶାସନ ,GIET, MITS ଏବଂ ଜନ ପ୍ରତିନିଧି ମାନଙ୍କ ଯଥେଷ୍ଟ ଭୂମିକା ଓ ପ୍ରେରଣା ରହିଥିବା ମତବ୍ୟକ୍ତ କରିଛନ୍ତି । ଉକ୍ତ ଲୋକାର୍ପଣ କାର୍ଯ୍ୟକ୍ରମକୁ ୨୨ଗୋଟି ଦେଶରେ ଲାଇଭ ମାଧ୍ୟମରେ ପ୍ରସାରଣ ହେବା ସ୍ଥିର ହୋଇଥିବା ଜଣାପଡିଛି ।