ଚଉଦ ମାସ ପରେ ନିଖୋଜ ଯୁବକର କଙ୍କାଳ ଉଦ୍ଧାର

0
90
ଚଉଦ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୧୧/୦୨) : ମହାନଦୀ ବନ୍ଧ କଡରୁ ନରକଙ୍କାଳ ଉଦ୍ଧାର । ଚଉଦ ମାସ ପରେ ନିଖୋଜ ଯୁବକର କଙ୍କାଳ ଉଦ୍ଧାର କରି ପୋଲିସ ଅଜାଣତରେ କଙ୍କାଳକୁ ପୋଡିଦେଲେ ଲୋକେ ।

ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୃଷ୍ଣାନନ୍ଦପୁର ଥାନା ଦାଇଁଲୋ ପଞ୍ଚାୟତ ମୁଣ୍ଡିଦା ଗ୍ରାମରେ । ଗତ ୨୦୨୧ ମସିହା ନଭେମ୍ବର ମାସରେ ମୁଣ୍ଡିଦା ଗ୍ରାମର ପୁର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ଚନ୍ଦନ ଦାସ (୩୨ବର୍ଷ) ଗାଁ ପାଖ ପଡିଆକୁ ଗୋରୁ ଚରାଇବାକୁ ଯାଇ ନିଖୋଜ ଥିଲେ । ଗୋରୁମାନେ ଘରକୁ ଫେରି ଆସିଥିବା ବେଳେ ଚନ୍ଦନ ଦୀର୍ଘ ସମୟ ଧରି ଘରକୁ ଫେରି ନଥିଲେ । ପରିବାର ଲୋକ ଆଖପାଖ, ମଠମନ୍ଦିର ସବୁଆଡେ ଖୋଜି ଚନ୍ଦନକୁ ନପାଇ ତତ୍କାଳୀନ କୃଷ୍ଣାନନ୍ଦପୁର ଫାଣ୍ଡିରେ ଏତଲା ଦେଇଥିଲେ । ଘଟଣାର ଚଉଦ ମାସ ପରେ ଗତକାଲି ମୁଣ୍ଡିଦା ଗାଁର ଅନତୀଦୁର ମହାନଦୀ ବନ୍ଧ କଡରେ କିଛି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କେତେକ ଲୋକ ଏକ ନରକଙ୍କାଳ ଦେଖିବାକୁ ପାଇଥିଲେ ।

ଘଟଣା ପ୍ରଘଟ ହେବାପରେ ନିଖୋଜ ଚନ୍ଦନର ପରିବାର ଆତ୍ମୀୟ ମାନେ ପହଞ୍ଚି କଙ୍କାଳ ପାଖରେ ପଡିଥିବା ଚନ୍ଦନର ବ୍ୟବହୃତ ହାତକଢା, ପିନ୍ଧା ତାବିଜ, ଅଣ୍ଟାରେ ପିନ୍ଧା ତମ୍ବା ତାର, ଛତା ଓ ଗୋରୁ ବନ୍ଧା ପିଟଣା ଆଦି ଦେଖିବାକୁ ପାଇଥିଲେ । ପୋଲିସକୁ ନଜଣାଇ ଚନ୍ଦନର ଆତ୍ମୀୟ ମାନେ ସଂଗେ ସଂଗେ କଙ୍କାଳକୁ ଉଦ୍ଧାର କରି ପୋଡି ସଂସ୍କାର କରିଦେଇଥିଲେ । ଚନ୍ଦନ ନିଖୋଜ ସମ୍ପର୍କରେ ଫାଣ୍ଡିରେ ଏତଲା ଦିଆଯାଇଥିବା ବେଳେ ପୋଲିସକୁ ସୂଚନା ନଦେଇ କଙ୍କାଳକୁ ପୋଡିଦେବା ନେଇ ଚର୍ଚ୍ଚା ହେଉଛି ।