ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଫାଣ୍ଡି ଆଗରେ ଧାରଣା

0
136
ହତ୍ୟା ଅଭିଯୁକ୍ତଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୧୦/୦୨) : ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଫାଣ୍ଡି ଆଗରେ ଧାରଣା । ଫାଣ୍ଡି ସମ୍ମୁଖରେ ଶବ ରଖି ରାତିସାରା ଧାରଣା ଦେଇଛନ୍ତି ମୃତ ଝିଅର ବାପ ଘରେ ଲୋକେ ।

ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଫାଣ୍ଡି ଆଗରେ ଧାରଣା । ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଜଗନ୍ନାଥପ୍ରସାଦ ଫାଣ୍ଡିରେ । ଶାଶୁ ଘର ଲୋକେ ଝିଅକୁ ଯୌତୁକ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗ ଅନୁସାରେ, ଫତେଗଡ଼ ଥାନା କେଶରସିଂହ ଗାଁ’ର ରାଜକିଶୋର ନାୟକ ନିଜ ଝିଅ ପୂଜା ଜୁଝାର ସିଂହଙ୍କୁ କାଦୁଆ ଜଗନ୍ନାଥ ପ୍ରସାଦ ଗାଁ’ର ଜିତେନ୍ଦ୍ର ଜୁଝାର ସିଂହଙ୍କ ସହ ୪ ବର୍ଷ ତଳେ ବିବାହ କରାଇଥିଲେ । ଗତ ୮ ତାରିଖରେ ଶ୍ୱଶୁର ଘର ଲୋକେ ଝିଅକୁ ନିସ୍ତୁକ ମାଡ଼ ମାରିବା ସହ ବିଷ ପିଆଇଥିଲେ । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।