ସାକ୍ଷରତା ମିଶନ ପକ୍ଷରୁ ବସନ୍ତ ପଣ୍ଡାଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର

0
205
ସାକ୍ଷରତା

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୧୦/୦୨) : କଳାହାଣ୍ଡି ଜିଲ୍ଲା ସାକ୍ଷରତା ମିଶନ ପକ୍ଷରୁ ସାଂସଦ ବସନ୍ତ ପଣ୍ଡାଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି ।WhatsApp Image 2023 02 10 at 11.33.06 ସାକ୍ଷରତା ମିଶନ ପକ୍ଷରୁ ବସନ୍ତ ପଣ୍ଡାଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର

କେନ୍ଦ୍ର ସରକାର ଦ୍ୱାରା ପ୍ରଚଳିତ ସମଗ୍ର ଶିକ୍ଷା ଅଭିଯାନ ରେ ସମସ୍ତ ପ୍ରେରକ ମାନଙ୍କୁ ସାମିଲ କରିବା ପାଇଁ ଅନୁରୋଧ କରାଯାଇଛି । ସୂଚନା ଯୋଗ୍ୟ ଯେ ଭାରତ ସରକାର ଙ୍କ ସାକ୍ଷରତା ଅଭିଯାନ ରେ ୧୫ ବର୍ଷ ରୁ ଉର୍ଦ୍ଧ୍ୱ ଅଣସାକ୍ଷର ମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟ ରେ ୨୦୧୧ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସାକ୍ଷର ଭାରତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିଲା । ଏଥିରେ କଲାହାଣ୍ଡି ଜିଲ୍ଲା ର ୨୭୩ ଟି ଗ୍ରାମପଞ୍ଚାୟତ ରୁ ୫୪୭ ଜଣ ପ୍ରେରକ ନିୟୋଜିତ ହୋଇ ମାସିକ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଉଥିଲେ । ପ୍ରେରକ ମାନେ ପୌଢ ଶିକ୍ଷା ମାଧ୍ୟମରେ ଅଣସାକ୍ଷର ମାନଙ୍କୁ ସାକ୍ଷର କରିବା ସଙ୍ଗେ ସଙ୍ଗେ ପଞ୍ଚାୟତ ର ପିଡ଼ିଏସ, ଭତ୍ତାବଣ୍ଟନ, ସ୍ୱଚ୍ଛଭାରତ ମିଶନ ହିତାଧିକାରୀ, ବିପିଏଲ, ଏପିଏଲ ସର୍ଭେ ରେ ପଞ୍ଚାୟତ କର୍ମଚାରୀ ଙ୍କୁ ସହଯୋଗ କରିଥିଲେ ।

୨୦୧୮ ରୁ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇ ଥିବାରୁ ବର୍ତମାନ ପ୍ରେରକ ମାନେ ରୋଜଗାର ହରେଇବା ସହ ତାଙ୍କ ପରିବାର ଦୟନୀୟ ପରିସ୍ଥିତି ରେ କାଳାତିପାତ କରୁଛନ୍ତି । କେନ୍ଦ୍ର ସରକାର ଙ୍କ ନୂତନ କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା ଅଭିଯାନ ରେ ଓ ପ୍ରି ସ୍କୁଲ ଯୋଜନା ରେ ପ୍ରେରକ ମାନଙ୍କୁ ଶିକ୍ଷା ପ୍ରେରକ ଭାବରେ ନିଯୁକ୍ତି ଦେବା ପାଇଁ କଲାହାଣ୍ଡି ଜିଲ୍ଲା ରୁ କଳାହାଣ୍ଡି ପ୍ରେରକ ସଙ୍ଘ ର ସଭାପତି ଅକ୍ରୁର ମହାଳିକ, ସହ ସମ୍ପାଦକ ଛବି ବିହାରୀ, ସାମାଜିକ କର୍ମୀ ଚିନ୍ମୟ ବେହରା ପ୍ରମୁଖ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରେରକ ଙ୍କ ସାମୁହିକ ସମସ୍ୟା ଓ ପୁନଃ ନିଯୁକ୍ତି କୁ ଗୁରୁତ୍ୱ ଦେଇ ଏହାର କାର୍ଯ୍ୟକାରିତା ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି ।