ଯାଜପୁର ରୋଡ଼ ରେ ଖୋଲିବ ବିଗ୍ ବଜାର

ରିପୋର୍ଟ: ସତ୍ୟଜିତ ବାରିକ //
ଯାଜପୁର(୨୮/୦୧): ଯାଜପୁର ଜିଲା ବ୍ୟାସନଗର ସହରରେ ଆସନ୍ତାକାଲି ବିଗ୍ ବଜାର ଖୋଲିବ । ପୈାରାଞ୍ଚଳର ଚୋରଦା ବାଇପାସ୍ ଠାରେ ଉତ୍କଳ ସେଣ୍ଟର ପଏଣ୍ଟ ଠାରେ ଏହା ଖୋଲିବାକୁ ଯାଉଥିବା ବେଳେ ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ସେଣ୍ଟର ପଏଣ୍ଟର ଉତ୍କଳ ସେଣ୍ଟରର ଚେୟାରମ୍ୟାନ ସୁବାଷ ଭୁରା ଏବଂ ମୁଖ୍ୟ ପରିଚାଳକ ଶରଦ ବୈଦ ସୂଚନା ଦେଇଥିଲେ ।

ଉତ୍କଳ ସେଣ୍ଟର ପଏଣ୍ଟରେ ସବୁ ଶ୍ରେଣୀର ଗ୍ରାହକଙ୍କ ଆବଶ୍ୟକତା ପୂରଣ ଏବଂ ଉନ୍ନତମାନର ଦୋକାନ ମାନ ଖୋଲିବ । କଳିଙ୍ଗନଗର ଶିଳ୍ପାଞ୍ଚଳ ଗଢି ଉଠିବା ପରେ ଏଠାରେ ଏକ ମଲର ଆବଶ୍ୟକତା ରହିଥିବା ବେଳେ ଉତ୍କଳ ସେଣ୍ଟର ପଏଣ୍ଟ ଏହାକୁ ପୂରଣ କରିବାକୁ ଯଥା ଉଦ୍ୟମ କରିଥିଲା । ସହରର ବିକାଶ ଘଟୁଥିବାରୁ ଉତ୍କଳ ବିଲଡ଼ର ଲିମିଟେଡ଼ ଆଧୁନିକ ସପିଂ ମଲ ଖୋଲିବାକୁ ଉଦ୍ୟମ କରିଥିଲା । ସପିଂ ମଲ ଖୋଲିବା ଫଳରେ ପ୍ରତ୍ୟକ୍ଷ ଭାବେ ୪ଶହ ବେକାର ଯୁବକ-ଯୁବତୀ ନିଯୁକ୍ତିର ସୁଯୋଗ ପାଇବାକୁ ଥିବା ବେଳେ ପରୋକ୍ଷରେ ହଜାର ହଜାର ବେକାର ଆର୍ଥିକ ସୁବିଧା ହାସଲ କରିପାରିବେ । ବ୍ୟାସନଗର କେବଳ କଳିଙ୍ଗନଗର ନୁହେଁ, କେନ୍ଦୁଝର, ଢେଙ୍କନାଳ ଏବଂ ଯାଜପୁର ଜିଲାର ବ୍ୟବସାୟୀକ କେନ୍ଦ୍ର ହୋଇଥିବାରୁ ଏହି ସପିଂମଲ ସମସ୍ତଙ୍କ ଆବଶ୍ୟକତା ପୂରଣ କରିପାରିବ । ଭୁବନେଶ୍ୱର ପରେ ବ୍ୟାସନଗର ମଲ ରାଜ୍ୟର ଦ୍ୱିତୀୟ ବୃହତ ମଲ ଭାବେ ପରିଗଣିତ ହେବ । ପଡ଼ୋଶୀ ଭଦ୍ରକ ଏବଂ ଅନ୍ୟଜିଲାର ଲୋକେ ଏହି ମଲ ସାମଗ୍ରିକ ଅର୍ଥନୈତିକ ବିକାଶରେ ସହାୟକ ହେବ ।

ଆଗାମି ଦିନରେ ଉତ୍କଳ ବିଲଡ଼ର ତାର ନିର୍ମାଣର ଶୈଳୀ ଅନୁଭୂବକୁ ପାଥେୟ କରି ଓଡ଼ିଶା ପ୍ରଗତିରେ ସହାୟକ ହେବ ବୋଲି ଶ୍ରୀ ଭୁରା ଏବଂ ଶ୍ରୀ ବୈଦ ପ୍ରକାଶ କରିଥିଲେ । ଆସନ୍ତାକାଲି ମଲକୁ ମନ୍ତ୍ରୀ ପ୍ରତାପ ଜେନା ଏବଂ କୋରେଇ ବିଧାୟକ ଅଶୋକ ବଳ ଉଦ୍‌ଘାଟନ କରିବେ ବୋଲି ସୂଚନା ଦେଇଥିଲେ |

Comments are closed.