ଧାନକୁ ନେଇ ଗଣ୍ଡଗୋଳ, ଜଣେ ମୃତ ୪ ଗୁରୁତର

0
130
ଧାନକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୧୦/୦୨) : ମଣ୍ଡିରେ ଧାନକୁ ନେଇ ଗଣ୍ଡଗୋଳ । ଧାନ ବିକ୍ରି ପରେ ଭାଗବଂଟାକୁ ନେଇ ପାରବାରିକ ଗଣ୍ଡଗୋଳରେ ଜଣକ ମୃତ୍ୟୁ ହେବାସହ ୪ ଗୁରୁତର ହୋଇଛନ୍ତି ।

ଧାନକୁ ନେଇ ଗଣ୍ଡଗୋଳ, ଜଣେ ମୃତ ୪ ଗୁରୁତର ହୋଇଛନ୍ତି । ଆହତ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହୁଲେ ଗାଁ’ରେ ଏହି ଘଟଣା ଘଟିଛି । ସୁବଳ ମେହେରଙ୍କ ମୃତ୍ୟୁ ହୋଇଥିବା ବେଳେ ରାମଚନ୍ଦ୍ର ମେହେର, ଲଳିତା ମେହେର, ପ୍ରଦୀପ ମେହେର ଏବଂ ୧ ବର୍ଷୀୟ ଝିଅ ଆବାହନା ମେହେର ଆହତ ହୋଇଛନ୍ତି ।

ମହୁଲେ ଗ୍ରାାମର ବାଳକୃଷ୍ଣ ମେହେର ଏବଂ ତାଙ୍କ ଭାଇ ରାମଚନ୍ଦ୍ର ମେହେର ମଣ୍ଡିରେ ଧାନ ବିକ୍ରି କରିଥିଲେ । ଧାନବିକ୍ରି ଟଙ୍କା ବାଳକୃଷ୍ଣ ମେହେରଙ୍କ ଜମାଖାତାରେ ପଡିଥିଲା । ପରେ ଭାଗ ବଂଟାକୁ ନେଇ ବାଳକୃଷ୍ଣ ଓ ରାମଚନ୍ଦ୍ର ମଧ୍ୟରେ ବଚସା ହୋଇଥିଲା । ପରେ ଏହି ବଚସା ଶେଷରେ ଉଗ୍ର ରୂପ ଧାରଣ କରିଥିଲା । ମନମୁଣ୍ଡା ପୋଲିସ ଏ ନେଇ ଏକ ମାମଲା ଦାୟର କରିବା ସହ ତଦନ୍ତ ଆରମ୍ଭ କରିଛି ।