Thursday, March 28, 2024

Top 5 This Week

Related Posts

ଦୁଇ ଶିଶୁ କନ୍ୟା ଙ୍କ ସହ ବିବାହ ଉତ୍ସବ କୁ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗିର, (୦୯/୦୨) : ଟିଟିଲାଗଡ ରୁ ଏକ ବିବାହ ଉତ୍ସବ ରେ ଯୋଗ ଦେବା ପାଇଁ ଏକ ବାଇକ୍ ଯୋଗେ ବଲାଙ୍ଗୀର ନିକଟସ୍ଥ ଖୁଜେନପାଲି ଗ୍ରାମ କୁ ଦୁଇ ଶିଶୁ କନ୍ୟା ଙ୍କ ସହ ସ୍ଵାମୀ, ସ୍ତ୍ରୀ ଚାରିଜଣ ସପରିବାର ମିଶି ଯାଉଥିଲେ ।

ବଲାଙ୍ଗିର ନିକଟସ୍ଥ ସିଙ୍ଗଖମନ ଛକ ପୋଲ ନିକଟରେ ବସ,ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଉକ୍ତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଗୁରୁତର ଙ୍କୁ ଭୀମ ଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତରଖାନା କୁ ନିଆଯାଇଥିଲା । ଗଣପତି ନାମକ ଏକ ଘରୋଇ ବସ ଧକ୍କାରେ ଉକ୍ତ ଗୁରୁତର ଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣ ଙ୍କ ମୃତ୍ୟୁ ହୋଇ ଥିବାବେଳେ ଅନ୍ୟ ମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଆହତଙ୍କ ମଧ୍ୟରେ ଟିଟିଲାଗଡ ର କରିସ୍ମା ପଶାୟତ ଓ ତାଙ୍କ ସ୍ଵାମୀ ସରୋଜ ପଶାୟତ, ଓ ସେମାନଙ୍କର ଦୁଇ ଶିଶୁ କନ୍ୟା ରହିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସରୋଜ ଙ୍କ ବଲାଙ୍ଗୀରରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ମାନଙ୍କ ବୁର୍ଲା ରେ ଶୋଚନୀୟ ମୃତ୍ୟୁ ଘଟିଛି ।

Popular Articles