Advertisements
Sunday, July 5, 2020
Home Business & Private ରାୟଗଡାରେ ନୂତନ ପି.ଏସ.ଆର ଭାବେ ଉଭା ହେଲା ସିନେମା ହଲ

ରାୟଗଡାରେ ନୂତନ ପି.ଏସ.ଆର ଭାବେ ଉଭା ହେଲା ସିନେମା ହଲ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା (୨୮/୦୧): ରାୟଗଡା ସହର ଆଧୁନିକତାର ରୂପବିନ୍ୟାସ ଆଡ଼କୁ ତୀବ୍ର ଗତିରେ ଅଗ୍ରସର ହେବା ବେଳକୁ ସେଥିରେ ଯୋଡିହୋଇଯାଇଛି ଆଉ ଏକ ସଫଳତା ଓ ଆଧୁନିକତାର ଫର୍ଦ | ରାୟଗଡା ସହର ମଧ୍ୟରେ ତିନିଗୋଟି ପ୍ରେକ୍ଷାଳୟ ରହିଥିବା ବେଳେ ସେଥି ମଧ୍ୟରୁ ଉମାଶଙ୍କର ପ୍ରେକ୍ଷାଳୟଟି ଥିଲା ବହୁପୁରାତନ ତଥା ଲୋକପ୍ରିୟ ସିନେମା ହଲ |

କିନ୍ତୁ ତାହା ଚଳନ୍ତି ନୁଆଁ ବର୍ଷରେ ନୁଆଁ ମାଲିକଙ୍କ ଅଧୀନରେ ନୁଆଁ ରୂପରେ ଦର୍ଶକଙ୍କ ସେବାରେ ଉପସ୍ଥାପିତ ହୋଇଛି | ବର୍ତ୍ତମାନର ମାଲିକ ରାକେଶ ଶର୍ମା ଉମାଶଙ୍କର ସିନେମା ହଲର ପୁନର୍ବିନ୍ୟାସ କରି ପିଏସଆର ନାମରେ ନାମିତ କରିଛନ୍ତି | ଗତ ୧୯/୦୧/୨୦ ଦିନ ଏହାର ଶୁଭାରମ୍ଭ ହୋଇଥିଲା | ହଲର ମାଲିକ ନିଜ ମା ପୁଷ୍ପା ଶର୍ମାଙ୍କ ହାତରେ ନାଲିଫିତା କାଟି ଉଦଘାଟନ କରିଥିଲେ | ଶ୍ରୀ ଶର୍ମା ଏକା ସହିତ ରାଉରକେଲା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ ଓ ରାୟଗଡାରେ ନିଜର ସିନେମା ହଲ ବ୍ୟବସାୟ ଆରମ୍ଭ କରିଥିବା ବେଳେ ଆଗକୁ ଆହୁରି ଓଡିଶାର ଅନ୍ୟାନ୍ୟ ସହର ଯଥା ବ୍ରହ୍ମପୁର, ଜୟପୁର ପ୍ରଭୃତି ସହର ମାନଙ୍କରେ ସିନେମା ହଲ ନିର୍ମାଣ କରିବାର ଯୋଜନା ଥିବା ପ୍ରକାଶ କରିଛନ୍ତି | ରାୟଗଡାରେ ହୋଇଥିବା ଏହି ପିଏସଆର ସିନେମା ହଲଟି ଆଧୁନିକଶୈଳୀରେ ନିର୍ମିତ ହୋଇଥିବା ବେଳେ ଦର୍ଶକଙ୍କ ସୁବିଧା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି |

ଏଠାରେ ଏକା ସାଙ୍ଗରେ ଦୁଇଟି ସିନେମା ପ୍ରଦର୍ଶିତ ହେବାର ବ୍ୟବସ୍ଥା କରାଯାଇଛି | ଏଥିପାଇଁ ଗୋଟିଏ ପରଦାକୁ ଦେଖିବା ପାଇଁ ୧୯୦ସିଟ ବିଶିଷ୍ଟ ଥିବାବେଳେ ଆରଟି ୩୩୦ ସିଟ ବିଶିଷ୍ଟ ହୋଇଛି | ସିନେମା ହଲଟିର ଉଦଘାଟନ ବେଳେ ସହରର ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହିତ ରାୟଗଡା ଗଣମାଧ୍ୟମ ମଧ୍ୟ୍ୟ ଉପସ୍ଥିତ ଥିଲେ | ରାୟଗଡା ସହରରେ ପ୍ରଥମ ଥର ପାଇଁ ଏପରି ଏକ ଉନ୍ନତମାନର ସିନେମା ହଲର ନିର୍ମାଣ ହୋଇଥିବାରୁ ଦର୍ଶକ ଙ୍କ ମନରେ ଉତ୍ସାହ ଦେଖା ଦେବା ସହିତ ଶ୍ରୀଯୁକ୍ତ ଶର୍ମାଙ୍କୁ ସମସ୍ତେ ଶୁଭେଚ୍ଛା ଜ୍ଞାପନ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: