Friday, September 25, 2020
Home Death Case ଜନତାଙ୍କ ପଥର ମାଡରେ ମାଓନେତା ମୃତ

ଜନତାଙ୍କ ପଥର ମାଡରେ ମାଓନେତା ମୃତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ . କେ . ବିଶ୍ୱାସ //
ମାଲକାନଗିରି(୨୬/୦୧): ମାଓଗଡକୁ ଶକ୍ତ ଝଟକା | ସ୍ବାଭିମାନ ଅଞ୍ଚଳରେ ଜନତା-ମାଓବାଦୀ ମୁହାଁମୁହିଁ ହୋଇଥିବା ସୂଚନା | ସରକାରଙ୍କ ଉନ୍ନୟନ ମୂଳକ କାମକୁ ବିରୋଧ କରିବାକୁ ଆସିଥିବା ମାଓ ନେତାଙ୍କୁ ପଥରରେ ଛେଚିଛେଚି ମାରିଲେ ଜନତା |

ମାଓବାଦୀଙ୍କ ଅତ୍ୟାଚାର ଅସହ୍ୟ ହେବା ସହ ଅଞ୍ଚଳରେ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରିବାରୁ ଜଣେ ମାଓବାଦୀଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରିଥିବା ସୂଚନା ମିଳିଛି | ଘଟଣାସ୍ଥଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଥିବା ଖବର ମିଳିଛି | ମୃତ ମାଓବାଦୀ ହେଲେ ଗଙ୍ଗା ମାଢ଼ୀ, କଲିମେଳା ପାର୍ଟି ସଦସ୍ୟ ରୂପେ କଦୁଥିଲେ ତାଙ୍କ ଉପରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ସରକାର ଘୋଷଣା କରିଥିଲେ | ଅନ୍ୟ ମାଓବାଦୀ ଜଣକ ହେଲେ ଜିପ୍ରୋ ହବିକା ଓ ତାଙ୍କ ଉପରେ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ସରକାର ଘୋଷଣା କରିଥିଲେ | ସ୍ବାଭିମାନ ଅଞ୍ଚଳ ଜୋଡାମ୍ବ ପଞ୍ଚାୟତ ଅନ୍ତର୍ଗତ ଜନ୍ତୁରାଇ ଗ୍ରାମ ଠାରେ ଏହି ଘଟଣା ଘଟିଥିଲା | ଖବର ପାଇ ଘଟଣାସ୍ଥଳକୁ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି ଏବଂ ସେହି ଅଞ୍ଚଳ ଗୁଡିକୁ ଜୋରଦାର କମ୍ବିଂଗି କରାଯାଉଛି ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୨୪/୦୯): ବରୀ ବ୍ଲକ ଅଧିନସ୍ଥ ଆନ୍ୟାସପୁର ଗ୍ରାମ ରେ ପ୍ରେମ ବିବାହ କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତୁ ଘଟିଛି...

ବିଜେପି ନେତା ବି. ସୁବାଷ ଚନ୍ଦ୍ରପାତ୍ରଙ୍କ ବିୟୋଗରେ ଶୋକ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା ୨୪/୯): ବାଲିଗୁଡାର ବରିଷ୍ଠ ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ବିୟୋଗରେ କନ୍ଧମାଳ ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶୋକ ସଭା ଅନୁଷ୍ଠିତ...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଜୁନାଗଡ ହାଇଟେକ ଥାନା ଉଦଘାଟିତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି ତା୨୪.୦୯.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ଓଡିଶା ର ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ...

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି...

Recent Comments

%d bloggers like this: