ଉକମ୍ବା ଠାରେ ଥିବା ଏୟାର ଷ୍ଟ୍ରିପ୍ସର ପୁନଃଉଦ୍ଧାର ପାଇଁ ସରକାରଙ୍କୁ ଅନୁରୋଧ

0
100
ଉକମ୍ବା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣୁପୁର, (୮/୨) : ରାୟଗଡ଼ା ଜିଲ୍ଲାର ଗୁଣୁପୁର ଏକ ଉପଖଣ୍ଡ ଏବଂ ଦ୍ୱିତୀୟ ବୃହତ ସହର ଭାବେ ପରିଚିତ । ଉକମ୍ବା ଠାରେ ଥିବା ଏୟାର ଷ୍ଟ୍ରିପ୍ସ ର ପୁନଃଉଦ୍ଧାର ପାଇଁ ସରକାରଙ୍କୁ ଅନୁରୋଧ ।WhatsApp Image 2023 02 08 at 10.14.22 ଉକମ୍ବା ଠାରେ ଥିବା ଏୟାର ଷ୍ଟ୍ରିପ୍ସର ପୁନଃଉଦ୍ଧାର ପାଇଁ ସରକାରଙ୍କୁ ଅନୁରୋଧ

ଏହି ଅଞ୍ଚଳରେ ବଂଶଧାରା ନଦୀ ଅତିବାହିତ ହେବା ସହ ବିଭିନ୍ନ ଜଳପ୍ରପାତ ରହିଥିବା ବେଳେ ବହୁ ପର୍ଯ୍ୟଟନସ୍ଥଳୀ ମଧ୍ୟ ରହିଅଛି । ଏହି ଅଞ୍ଚଳ ମୁଖ୍ୟତ ଆଦିବାସୀ ଅଧୁସିତ ଅଞ୍ଚଳ ହୋଇଥବା ବେଳେ ପଡୋଶୀ ଆନ୍ଧ୍ର ଶ୍ରୀକାକୁଲମ ସହ ଜଡିତ । ରାୟଗଡ଼ା ଜିଲ୍ଲାରେ ବିଭିନ୍ନ କଳକାରଖାନା, ମଧ୍ୟମ ଧରଣର କାରଖାନା , ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସହ ଗୁଣୁପୁରରେ ଏକ ଘରୋଇ ବିଶ୍ଵବିଦ୍ୟାଳୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ମଧ୍ୟ ରହିଅଛି । ଏହି ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଦେଶ ତଥା ବିଦେଶରେ ବହୁ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି । ଗୁଣୁପୁର ଠାରୁ ମାତ୍ର ୧୪ କିଲୋମିଟର ଉକମ୍ବା ଠାରେ ଏକ ଏୟାର ଷ୍ଟ୍ରିପ୍ସ ରହିଅଛି । ଏହି ଏୟାର ଷ୍ଟ୍ରିପ୍ସ ଜୟପୁର ବିମାନବନ୍ଦରଠୁ ୧୯୪ କିଲୋମିଟର ହୋଇଥିବା ବେଳେ ବିଶାଖାପାଟନମ ବିମାନବନ୍ଦର ୨୨୧ କିଲୋମିଟର । ଏହି ପୁରାତନ ଏୟାର ଷ୍ଟ୍ରିପ୍ସକୁ ପୁନଃଉଦ୍ଧାର ପାଇଁ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଓଡିଶା ସରକାରଙ୍କ ବାଣିଜ୍ୟ, ପରିବହନ ଓ ଜଳ ବିଭାଗର କେବିନେଟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ସଚିବ ଉଷା ପାଢ଼ୀଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।WhatsApp Image 2023 02 08 at 10.14.23 1 ଉକମ୍ବା ଠାରେ ଥିବା ଏୟାର ଷ୍ଟ୍ରିପ୍ସର ପୁନଃଉଦ୍ଧାର ପାଇଁ ସରକାରଙ୍କୁ ଅନୁରୋଧ

ଏହି ଏୟାର ଷ୍ଟ୍ରିପ୍ସରେ ପୂର୍ବରୁ ମୁଖ୍ୟମନ୍ତ୍ରୀ, ଭିଆଇପି ଏବଂ ଭିଭିଆଇପି ପାଇଁ ବ୍ୟବହୃତ ହୋଇ ଛୋଟ ବିମାନ ଅବତରଣ କରୁଥିଲା । ଏହି ଏୟାର ଷ୍ଟ୍ରିପ୍ବି ଅଞ୍ଚଳକୁ ଗତ କିଛି ବର୍ଷ ହେବ ଅଞ୍ଚଳର ଲୋକମାନେ ଚାଷବାସ କରୁଥିଲେ । ବର୍ତ୍ତମାନ ସେହି ସ୍ଥାନକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ହଟାଯାଇଥିବା ଜଣାପଡିଛି । ଭାରତ ଏବଂ ଓଡିଶାରେ ବିମାନ ଚଳାଚଳ କ୍ଷେତ୍ର ଦ୍ରୁତ ଗତିରେ ବିସ୍ତାର କରୁଛି ଯେଉଁଥିପାଇଁ ଅଧିକରୁ ଅଧିକ ପାଇଲଟ୍ ଚାକିରି ଉପଲବ୍ଧ ହେବାକୁ ଯାଉଛି । ଏହି ବିମାନ ଗୁଡିକର ମରାମତି ପାଇଁ ତାଲିମ ପ୍ରାପ୍ତ ଇଞ୍ଜିନିୟରିଂ ଙ୍କ ବହୁଳ ଆବଶ୍ୟକତା ଅଛି । ଏଥି ନିମନ୍ତେ ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁରର ବି.ଟେକ୍ ଛାତ୍ରମାନଙ୍କୁ ଏୟାର କ୍ରାଫ୍ଟ ମରାମତି ଟ୍ରେନିଂ ଦେବା ପାଇଁ ଯୋଜନା କରିଛି ।

ଏହି ପାଠ୍ୟକ୍ରମଗୁଡିକ ଚଲାଇବା ପାଇଁ ଏକ ଏୟାର ଷ୍ଟ୍ରିପ୍ ଦରକାର । ସରକାର ଚାହିଁଲେ ଉଡାଣ ପରିକଳ୍ପନା ମାଧ୍ୟମରେ ଜନସାଧାରଙ୍କ ନିମନ୍ତେ ଭୁବନେଶ୍ୱର – ଗୁଣୁପୁର – ବିଶାଖାପାଟନମ୍ ପାଇଁ ଛୋଟ ବିମାନ ଚାଲିପାରିବ । ଏହି ଏୟାର ଷ୍ଟ୍ରିପ୍ ଯଦି କାର୍ଯ୍ୟକ୍ଷମ ହେଲେ ଏହି ଅଞ୍ଚଳର ଗମନାଗମନର ସୁବିଧା ସହ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଉର୍ଣ୍ଣତି ହୋଇପାଇବ ଏଥିରେ ସନ୍ଦେହ ନାହିଁ । ତେଣୁ ଜନ ସାଧାରଣ ଏହି ଏୟାର ଷ୍ଟ୍ରିପ୍କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ସରକାର କେବେ ଏହି ଅଞ୍ଚଳ ପ୍ରତି ଦୃଷ୍ଟି ଦେଉଛନ୍ତି ଦେଖିବାକୁ ବାକି ରହିଲା ।