ତ୍ରିବେଣୀ ସଙ୍ଗମର ପବିତ୍ର ଜଳ,ଓ ମୃର୍ତ୍ତିକା ଝାରସୁଗୁଡା ପର୍ଶୁରାମ ମନ୍ଦିର ପ୍ରତିଷ୍ଠାରେ ଲାଗି ହେବ

0
91
ତ୍ରିବେଣୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୦୭/୦୨) : ଦ୍ୱିତୀୟ ବାରଣାସୀ ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର ତ୍ରିବେଣୀ ସଙ୍ଗମର ପବିତ୍ର ଜଳ ଏକ ସ୍ୱତନ୍ତ୍ର ଗାଡିରେ ଝାରସୁଗୁଡା ଯାଇଛି ।WhatsApp Image 2023 02 07 at 18.13.37 1 ତ୍ରିବେଣୀ ସଙ୍ଗମର ପବିତ୍ର ଜଳ,ଓ ମୃର୍ତ୍ତିକା ଝାରସୁଗୁଡା ପର୍ଶୁରାମ ମନ୍ଦିର ପ୍ରତିଷ୍ଠାରେ ଲାଗି ହେବ

ଏହା ସହ ପର୍ଶୁରାମ ପୀଠ ଭାବେ ଖ୍ୟାତ ସୁରେଶ୍ୱରୀ ମନ୍ଦିର ସମ୍ମୁଖରୁ ପବିତ୍ର ମୃର୍ତ୍ତିକା ବରଣ କରାଯାଇଛି । ଏହି ମାଟି ଓ ଜଳ ଝାରସୁଗୁଡା ପର୍ଶୁରାମ ମନ୍ଦିର ପ୍ରତିଷ୍ଠାରେ ଲାଗି ହେବ । ମାଟି ଏବଂ ଜଳ ବରଣ ପାଇଁ ଝାରସୁଗୁଡାରୁ ଏକ ୧୮ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ସୁବର୍ଣ୍ଣପୁର ଗସ୍ତ କରିଥିଲେ । ପ୍ରଥମେ ମାଁ ମେଟାକାନୀଙ୍କ ଦର୍ଶନ କରି ପୂର୍ବାହ୍ନରେ ରାମେଶ୍ୱର ତ୍ରିବେଣୀ ସଙ୍ଗମଠାରେ ପହଞ୍ଚିଥିଲେ ।

ରାମେଶ୍ୱର ଘାଟଠାରେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି ସଙ୍ଗମରୁ ଜଳ ବରଣ କରାଯାଇଥିଲା । ପୂଜକ ଶିବନାରାୟଣ ପୂଜାରୀ, ସଚିଦାନନ୍ଦ ଦାଶ ଏବଂ ରାଧେଶ୍ୟାମ ପୁରୋହିତଙ୍କ ମନ୍ତ୍ର ଧ୍ୱନିରେ ସଙ୍ଗମସ୍ଥଳ ପ୍ରକମ୍ପିତ ହୋଇଥିଲା । ଶ୍ୟାମାଓଁ ପ୍ରସାଦ ମିଶ୍ର, ଶ୍ରୀବତ୍ସ୍ୟ ମଲ୍ଲିକ, ଧରଣୀଧର ମିଶ୍ର, ମନୋଜ ବାରିକ, ପୀତାମ୍ବର ମହାପାତ୍ର ପ୍ରମୁଖ ରାମେଶ୍ୱରଠାରେ ଉପସ୍ଥିତ ରହି ଏହି ପ୍ରତିନିଧି ଦଳର ସଦସ୍ୟ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ମାଁ ସୁରେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ମନ୍ଦିର ସମ୍ମୁଖରୁ ମାଟି ବରଣ କରାଯାଇ ଥିଲା । ଅତି ନିଷ୍ଠାରେ ଦ୍ୱିତୀୟ ବାରଣାସୀର ପବିତ୍ର ଜଳ ଓ ମାଟି ନେଇ ପ୍ରିତିନିଧି ଦଳ ଝାରସୁଗୁଡା ନେଇଥିଲେ ।

ଏହି ପ୍ରତିନିଧି ଦଳରେ ଆଦିତ୍ୟ ପୂଜାରୀ, ସନ୍ତୋଷିନୀ ପୂଜାରୀ, ଶୁଭେନ୍ଦୁ ଦାଶ, ଅନୁପମା ଦାଶ, ଅଶୋକ ପାଢୀ, ପ୍ରଣତି ପାଢୀ, ସୁନୀଲ ପଣ୍ଡା, ପ୍ରଣତୀ ପଣ୍ଡା, ହିମାଂଶୁ ବଡପଣ୍ଡା, ରଞ୍ଜିତା ବଡପଣ୍ଡା, ଇନ୍ଦିରା ଦାଶ, ପୁଷ୍ପାଞ୍ଜଳି ପଣ୍ଡା, ସୁଜାତା ମିଶ୍ର, ଆରତି ପଣ୍ଡା, ସଞ୍ଜୁକ୍ତା ପାଣିଗ୍ରାହୀ, ବୀଣା ପାଣିଗ୍ରାହୀ, କଲ୍ୟାଣୀ ନାୟକ ଏବଂ ସନ୍ଦୀପ ଶର୍ମା ସାମିଲ ଥିଲେ । ଆସନ୍ତା ୧୦ ତାରିଖରେ ଝାରସୁଗୁଡାରେ ପର୍ଶୁରାମଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ସମାରୋହରେ ଏହି ମାଟି ଏବଂ ଜଳ ଲାଗି କରାଯିବ । ତେବେ ସୁବର୍ଣ୍ଣପୁରକୁ ଈଶ୍ୱରଙ୍କ ଦାନ ଅପାର ବୋଲି ଏହି ପ୍ରତିନିଧି ଦଳର ସଦସ୍ୟ ମାନେ ପ୍ରକାଶ କରିଥିଲେ ।