୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ, ପଦ୍ମପୁର

ରିପୋର୍ଟ: ଡିଳେଶ୍ୱର ବାଗ ||
ପଦ୍ମପୁର(୨୬/୦୧): ଆଜି ୭୧ ତମ ସାଧାରଣତନ୍ତ୍ର ଦିବସର ଶୁଭ ଅବସରରେ ବରଗଡ ଜିଲ୍ଲା ପଦ୍ମପୁର ସହରର ଆର ବି ହୈ ସ୍କୁଲ ପଡିଆ ଠାରେ ହର୍ଷ ଉଲ୍ଲାସରେ ପାଳନ କରାଯାଇଥିଲା ।

ଏହି ଉତ୍ସବରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରବନ ମୁଖ୍ୟ ଅତିଥି ରୂପେ ଓ ପଦ୍ମପୁର ଏସଡ଼ିପିଓ ଶ୍ରୀଯୁକ୍ତ ପ୍ରଦୀପ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ପଦ୍ମପୁର ସହରରେ ସମସ୍ତ ଶିକ୍ଷାନୁଷ୍ଠାନର ଅଗଣିତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ପ୍ୟାରେଡ଼ରେ ଯୋଗଦାନ କରିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରି ଦେଶାତ୍ମବୋଧକ ଗୀତର ତାଳେ ତାଳେ ନାଚି ଗାଈ ସମସ୍ତ ଅଞ୍ଚଳ ବାସୀଙ୍କୁ ଉତ୍ସାହିତ କରିଥିଲେ ।ଶେଷରେ ସମସ୍ତଙ୍କୁ ପଦ୍ମପୁର ଏ ଡି ପି ଆର ଓ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.