ଜିଲ୍ଲାସ୍ତରୀୟ କୃଷି ମେଳା ଉଦଯାପିତ

0
139
ଜିଲ୍ଲାସ୍ତରୀୟ କୃଷି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୬/୦୨) : ରାୟଗଡରେ ଦୀର୍ଘ ୪ଦିନ ବ୍ୟାପି ଜିଲ୍ଲାସ୍ତରୀୟ କୃଷି ମୋହତ୍ସବ ଆଜି ଉଦଯାପିତ ହୋଇଯାଇଛି ।WhatsApp Image 2023 02 06 at 18.45.18 1 ଜିଲ୍ଲାସ୍ତରୀୟ କୃଷି ମେଳା ଉଦଯାପିତ

ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ର ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ହେମନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଜଳବିଭାଜିକା ମିଶନ ଯୋଗଦାନ କରିଥିଲେ । ନିଜର ବକ୍ତବ୍ୟରେ ଚାଷୀମାନଙ୍କ ଆୟକୁ ଦ୍ଵିଗୁଣିତ କରିବା ନିମନ୍ତେ ବୈଷୟିକ ଜ୍ଞାନ କୌଶଳ ଓ ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ଚାଷୀ ମାନଙ୍କୁ ପ୍ରବର୍ତ୍ତାଇଥିଲେ । ପାଣିପାଗର ଚର୍ମ ପରିବର୍ତ୍ତନ ଓ ଅଦିନିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଠିକ ଭାବରେ ହୋଇ ପାରୁନାହିଁ । ବର୍ଷା ଜଳକୁ ସଂରକ୍ଷଣ ନିମନ୍ତେ କ୍ଷେତ ପୋଖରୀ ଓ ମିଶ୍ରିତ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀମାନଙ୍କୁ ଅନୁରୋଧ କରିଥିଲେ ।

ସ୍ୱଳ୍ପ ମିଆଦୀ ଚାଷ ବିଶେଷ କରି ପନିପରିବା, ଫଳ ଚାଷ, କୁକୁଡ଼ା, ଛେଳି, ମାଛ ଓ ଅନ୍ୟାନ୍ୟ ଅର୍ଥକାରୀ ଚାଷ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନଦ ବେହେରା, ଗୁଡ଼ାରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ଶବର, କୋଲନାରା ପଞ୍ଚାୟତ ସମିତି ଅଧ୍ୟକ୍ଷାl ସଂଯୁକ୍ତା କୁଲେସିକା, ଶ୍ରୀ ରାମଚନ୍ଦ୍ର ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡା, ଶ୍ରୀ ପତିତପାବନ ସାମନ୍ତରାୟ ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଚୁଲୁକାନ୍ତି ତାଜନ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଆଦି ଯୋଗଦାନ କରି ଚାଷୀମାନଙ୍କୁ କୃଷି ମେଳାର ଆବଶ୍ୟକତା ଓ ଆଧୁନିକ ପ୍ରଣାଳୀରେ ଚାଷ କଲେ ଚାଷୀ କିପରି ଲାଭବାନ ହୋଇପାରିବ ସେ ଉପରେ ବୁଝାଇଥିଲେ ।WhatsApp Image 2023 02 06 at 18.45.18 ଜିଲ୍ଲାସ୍ତରୀୟ କୃଷି ମେଳା ଉଦଯାପିତ

ଆଧୁନିକ ପ୍ରଣାଳୀ ଦ୍ୱାରା କୃଷୀ କ୍ଷେତ୍ରରେ ଉନ୍ନତ ମାନର ଯନ୍ତ୍ରପାତିର ବ୍ୟବହାର କରି ଚାଷୀ ଅଧିକ ଲାଭବାନ ହୋଇପାରୁଥିବା ହେତୁ ଏ କ୍ଷେତ୍ରରେ ସରକାର ସବସିଡି ମାଧ୍ୟମରେ କୃଷକଙ୍କ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦେଉଥିବାରୁ ଜିଲ୍ଲାର କୃଷକ ଭାଇମାନେ ଏହାର ସୁଯୋଗ ନେବା ପାଇଁ ସେ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକା ମିଶନ ଶ୍ରୀ ଦୟାନିଧି ବାଗ ସ୍ଵାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ଆଜି ଦିବସରେ ୮ ଜଣକୁ ଟ୍ରାକ୍ଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ବୁକିଂ କରି କିଣି ଥିବାରୁ ଅତିଥି ମାନଙ୍କ ଦ୍ଵାରା ସମସ୍ତଙ୍କୁ ଟ୍ରାକ୍ଟର ଚାବି ପ୍ରଦାନ କରାଯାଇଥିଲା । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ହାସଲ କରିଥିବା ରାୟଗଡା ବ୍ଳକର ପ୍ରଭାକର ଅଜାକୁଲା, ପାତ୍ର ମାଝୀ, ବିଶ୍ୱମ୍ବର ନାୟକ କାଶୀପୁର, ରାୟଗଡା ବ୍ଳକର ମୁଗୀ କିଳାକା ଓ ପୁଷ୍ପା କିଳାକା, ଏସ.ଶର୍ବେଶ୍ୱର ରାଓ, ପଦ୍ମପୁର ବ୍ଳକ, ନିଲମ୍ବର ଶବର ଗୁଡ଼ାରି, ପ୍ରକାଶ ବେହେରା ରାମନା ଗୁଡ଼ାକୁ ସମ୍ମାନିତ କରିଥିଲେ । ଶେଷରେ ଅପରାହ୍ନ ୩ ଟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।