ବ୍ଳକ ସ୍ତରୀୟ ସନ୍ଥ ଶିରୋମଣି ଗୁରୁ ରବିଦାସ ଙ୍କ ୬୪୬ ତମ ଜନ୍ମ ଜୟନ୍ତୀ ପାଳିତ

0
90
ବ୍ଳକ ସ୍ତରୀୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ, (୦୬/୦୨) : ଗତକାଲି ସ୍ଥାନୀୟ ରବିଦାସ ଭବନ, ମେହେର ପଡା, ୱାର୍ଡ ନମ୍ବର-୨ ରେ ଟିଟିଲାଗଡ଼ ବ୍ଳକ ସ୍ତରୀୟ ସନ୍ଥ ଶିରୋମଣୀ ଗୁରୁ ରବିଦାସ ଙ୍କ ୬୪୬ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହେଇଯାଇଛି ।WhatsApp Image 2023 02 06 at 12.56.56 ବ୍ଳକ ସ୍ତରୀୟ ସନ୍ଥ ଶିରୋମଣି ଗୁରୁ ରବିଦାସ ଙ୍କ ୬୪୬ ତମ ଜନ୍ମ ଜୟନ୍ତୀ ପାଳିତ

ବ୍ଳକ ସ୍ତରୀୟ ସନ୍ଥ ଶିରୋମଣି ଗୁରୁ ରବିଦାସ ଙ୍କ ୬୪୬ ତମ ଜନ୍ମ ଜୟନ୍ତୀ ପାଳିତ । ପ୍ରଥମେ ଦିନ ୧୧ ଟା ରେ କଳସ ଯାତ୍ରା ସହିତ ନଗର ଭ୍ରମଣ କରା ଯାଇଥିଲା, ସନ୍ଧ୍ୟା ୭ ଟା ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଟିଟିଲାଗଡ,ତା୦୬-୦୨:ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ମ୍ୟୁନିସିପାଳିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ସମ୍ମାନିତ ଅତିଥି ଭାବରେ ଉପ-ନଗରପାଳ ପୁଷ୍ପା ମଞ୍ଜରୀ ଜାଲ, ୱାର୍ଡ ନମ୍ବର-୨ର ୱାର୍ଡ ମେମ୍ବର ଚନ୍ଦ୍ରକାନ୍ତି ନାଗ, ବଲାଙ୍ଗୀର ଜିଲ୍ଲା ସତନାମୀ ସେବା ସଂଘ ସଭାପତି ହରିରାମ ସତନାମୀ, ମାନସୀ ସତନାମୀ, ଧନେଶ୍ୱର ସତନାମୀ, ମନୋଜ ଭରାସଗରିଆ, ସମାଜସେବୀ ସତ୍ୟ ଭୋଇ ଉପସ୍ଥିତ ଥିଲେ । ରାଜ୍ୟ ସ୍ତରୀୟ ସଦସ୍ୟ ରବିଦାସ ସମାଜର ଉପ-ସଭାପତି ବିଜୟ କୁମାର ମେହେର ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ର ସଫଳ ଆୟୋଜନ ପାଇଁ ଅମରେନ୍ଦ୍ର ମେହେର, ଶଙ୍କର ମେହେର, ସମରେନ୍ଦ୍ର ମେହେର, କିଶୋର ମେହେର, ଶତୃଘନ ମେହେର ତଥା କମିଟି ର ସଦସ୍ୟ ବୃନ୍ଦ ସକ୍ରିୟ ସହଯୋଗ କରିଥିଲେ ।WhatsApp Image 2023 02 06 at 12.56.55 1 ବ୍ଳକ ସ୍ତରୀୟ ସନ୍ଥ ଶିରୋମଣି ଗୁରୁ ରବିଦାସ ଙ୍କ ୬୪୬ ତମ ଜନ୍ମ ଜୟନ୍ତୀ ପାଳିତ