ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ରିପୋର୍ଟ: ବିଭୁତି ଲହରିଆ ||
ବାଲିଗୁଡା (୨୨/୦୧): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଗାୟତ୍ରୀ ଶକ୍ତିପୀଠ ପ୍ରାଙ୍ଗଣରେ ଗୃହେ ଗୃହେ ଯଜ୍ଞ ବର୍ଷ ଏବଂ ଶକ୍ତିପୀଠ ବାର୍ଷିକ ଉତ୍ସବ ଉପଲକ୍ଷେ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ତିନି ଦିନ ଧରି ଅନୁଷ୍ଠିତ ହେବା ପରେ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି |

ଏହି ଅବସରରେ ପ୍ରଥମଦିନ ସକାଳେ ଗାୟତ୍ରୀ ପରିବାରର ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା କରାଯାଇ ସମଗ୍ର ସହର ପରିକ୍ରମା କରାଯାଇ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଦ୍ୱିତୀୟ ଓ  ତୃତୀୟ ଦିବସରେ ପଞ୍ଚକୋଷ ଜାଗରଣ ଧ୍ୟାନ ପ୍ରଜ୍ଞାଯୋଗ ସହ ବିଶ୍ୱ କଲ୍ୟାଣ ନିମନ୍ତେ ବିଭିନ୍ନ ସଂସ୍କାର ଯଥା ପୁଂସବନ, ନାମକରଣ, ଅନ୍ନପ୍ରାସନ, ବିଦ୍ୟାରମ୍ଭ ବ୍ରତୋପନୟନ ଓ ଦୀକ୍ଷା, ସଂସ୍କାର ବିନୋଦୟ ପ୍ରଭୁତି କରାଯାଇଛି | ଶେଷରେ ଯଜ୍ଞ ସଂସ୍କାର ପୂର୍ଣ୍ଣାହୁତି ଓ ଟୋଲି ବିଦାୟ କରି ସମାପନ କରାଯାଇଥିଲା | ଏଥିରେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରୁ ଶତାଧିକ ଗାୟତ୍ରୀ ଭକ୍ତ ଯୋଗ ଦେଇଥିଲେ | ଏହି ତିନି ଦିନିଆ ଯଜ୍ଞରେ କନ୍ଧମାଳ ଜିଲ୍ଲା ପରିଷଦ ସଭ୍ୟା ସୁଜାତା ଦିଗାଲଙ୍କ ଧ୍ଵଜ ଉତ୍ତୋଳନ କରିବା ସହ ଭୁବନେଶ୍ୱର ଗାୟତ୍ରୀ ପରିବାରରୁ ଆସିଥିବା ଦିବ୍ୟଶ୍ରୀ, ମଞ୍ଜୁଶ୍ରୀ, ସୁମତି, ଜୟନ୍ତ, ତ୍ରିଲୋଚନ ପ୍ରମୁଖ ଆସି ପ୍ରବଚକ ଭାବେ ଦେଇଥିଲେ | ଏଥିରେ ବାଲିଗୁଡା ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ |

Comments are closed.