ବିଳମ୍ବିତ ରାତିରେ ହତ୍ୟାକାଣ୍ଡ, ଜଣେ ମୃତ

0
118
ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୫/୦୨) : ବଲାଙ୍ଗୀର ପୁଇଁନ୍ତଳା ଥାନା ଅଇଁଲାସାରି ଗ୍ରାମରେ ଚାଞ୍ଚଲ୍ୟ । ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ।

ଘରେ ପଶି ଜଣଙ୍କୁ ହାଣି ହତ୍ୟା କରାଯାଇଥିବା ଅଭିଯୋଗ । ମୃତକ ହେଲେ ଜନମୁ ଖୁଟୁଲି । ନିଜଘରେ ଶୋଇଥିବା ସମୟରେ ଜନମୁ ଖୁଟୁଲିଙ୍କୁ କୁରାଢିରେ ହାଣିବା ସହିତ ଧାରୁଆ ଅସ୍ତ୍ରରେ ବେକ ଏବଂ କାନକୁ ବାମ୍ବାରର ଲହୁ ଲୁହାଣ କରିଥିଲେ ଦୁର୍ବୁତ୍ତ । ଘଟଣା ସମ୍ପର୍କରେ ଘର ଲୋକ ଖବର ପାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ନେଇଥିଲେ । ଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। । ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।