ପାପକ୍ଷୟ ଲୋକମହୋତ୍ସବ ଉଦଯାପିତ

0
146
ପାପକ୍ଷୟ ଲୋକମହୋତ୍ସବ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୪/୦୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ଲୋକମହୋତ୍ସବ ର ଆଜି ଉଦଯାପନୀ ସନ୍ଧ୍ୟା ରେ ସଭାପତି ସୁଧାଂଶୁ ଶେଖର ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ।WhatsApp Image 2023 02 05 at 11.16.12 ପାପକ୍ଷୟ ଲୋକମହୋତ୍ସବ ଉଦଯାପିତ

ପାପକ୍ଷୟ ଲୋକମହୋତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ସମ୍ମାନିତ ଅତିଥି ଭାବେ ବିରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ପାପକ୍ଷୟ ଲୋକ ମହୋତ୍ସବ ର ମହତ୍ୱ ସଂସ୍କୃତି, କଳା, ବିଷୟରେ ଆଲୋକପାତ କରିଥିଲେ । ବିଧାୟକ ଶ୍ରୀ ବେହେରାଙ୍କ ସୁ ମଧୁର ସଙ୍ଗୀତ ସମସ୍ତଙ୍କୁ ମାନମୁଗ୍ଧ କରିଥିଲା । ଉକ୍ତ କମିଟିର କୋଷାଧ୍ୟକ୍ଷ ସନ୍ତୋଷ ମହାକୁର ଉପସ୍ଥିତ ଥିଲେ । ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ମାନସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପାପକ୍ଷୟ ସମ୍ମାନ ରେ ସିଲାଟିର ଶାନ୍ତନୁ ସାହୁ ଓ ଶାଶ୍ୱତ ତ୍ରିପାଠୀ ଙ୍କୁ ସମ୍ମାନିତ କରାଯାଇଥିଲା । କିନୁ ପାଢ଼ୀ ଓ ଉସଦ ପ୍ରସାଦ କର ସମ୍ମାନ ପତ୍ର ପଠନ କରିଥିଲେ । ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ତାଙ୍କର ନୃତ୍ୟ କଳା ପରିଦର୍ଶନ କରିଥିଲେ ।