5T ସଚିବ ଭି କାର୍ତ୍ତିକେୟ ପାଣ୍ଡିୟାନଙ୍କ ବୋରିଗୁମ୍ମା ଗସ୍ତ, ଭଙ୍ଗା ଗଲା ସ୍ପିଡ ବ୍ରେକର

0
203
5T ସଚିବ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୪/୨) : ଶନିବାର 5T ସଚିବ ଶ୍ରୀ ଭି କାର୍ତ୍ତିକେୟ ପାଣ୍ଡିୟାନ୍ ବୋରିଗୁମ୍ମା ବ୍ଳକ ଆଉଁଳି ଠାରେ ହେଲିକପ୍ଟର ଦ୍ୱାରା ଅବତରଣ କରି ବୋରିଗୁମ୍ମା ବ୍ଲକର କିଛି ସରକାରୀ ଯୋଜନା ତଦାରଖ କରିଥିଲେ ।

5T ସଚିବ ଭି କାର୍ତ୍ତିକେୟ ପାଣ୍ଡିୟାନ ବ୍ୟୋମଯାନରୁ ଅବତରଣ ପରେ ଜୟପୁର ଉପ ଜିଲ୍ଲାପାଳ ବେଦବର ପ୍ରଧାନ, ବୋରିଗୁମ୍ମା ବିଡିଓ ପ୍ରଣୟ ରଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ମଧୁସିକ୍ତା ମିଶ୍ର, ତହସିଲଦାର ସବ୍ୟସାଚୀ ଜେନା ପ୍ରମୁଖ ସ୍ୱାଗତ କରିଥିଲେ । ସଚିବ ଶ୍ରୀ ପାଣ୍ଡିୟାନ୍ ପ୍ରଥମେ ଆଉଁଳି 5T ରେ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପିଲାଙ୍କୁ କିଛି ସମୟ ପାଠ ପଢାଇବା ସହ ଆଲୋଚନା କରିଥିଲେ । ଏହାପରେ ଜୁଝାରୀ ଗ୍ରାମସ୍ଥ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗ ବୁଲି ଦେଖିଥିଲେ ।

ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ମସଲା, ଖଲି, ଡାଲି, ଜୋତା, କୁକୁଡା ପାଳନ ଇତ୍ୟାଦି ପ୍ରକ୍ରିୟା କରଣ ଉଦ୍ୟୋଗ ସବୁ ବୁଲି ଦେଖିବା ସହ ସନ୍ତୋଷ ପ୍ରକାଶ କରି ଥିଲେ । ଜିଲ୍ଲାପାଳ ମହମ୍ମଦ ଏମ୍ ଅଖତାର ସଚିବଙ୍କୁ ପ୍ରକଳ୍ପ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିଥିଲେ । ଶ୍ରୀ ପାଣ୍ଡିୟାନଙ୍କ ଗସ୍ତକୁ ଆଖି ଆଗରେ ରଖି ଚଲାଣଗୁଡା ଠାରୁ ଆରମ୍ଭ କରି ରାସ୍ତା ଓ ଗୃହନିର୍ମାଣ ବିଭାଗୀୟ ରାସ୍ତାର ଜୁଝାରୀ ସ୍କୁଲ ସାମନା, ଗୌଡଗୁଡା ଛକ ସମେତ ବହୁ ସ୍ପିଡ ବ୍ରେକରକୁ ଭଙ୍ଗା ଯାଇଥିଲା । ଚଲାଣଗୁଡା ଗ୍ରାମଦେଇ ସଚିବ ଯିବା ରାସ୍ତାର ଉଭୟ ପାର୍ଶ୍ଵ ଡ୍ରେନ୍ ନିକଟରେ ବ୍ଲିଚିଂ ପାଉଡର ପକା ଯାଇଥିବା ଦେଖିବାକୁ ମିଳିଥିଲା ।