ଆଦର୍ଶ ବିଦ୍ୟାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ

ରିପୋର୍ଟ: ଏନ.ସନ୍ତୋଷ କୁମାର ||
ବୈପାରିଗୁଡା(୨୧/୦୧): ବୈପାରିଗୁଡା ଅଗ୍ନିଶମ ବିଭାଗ ଅଧିକାରୀ ଶିଶିରକାନ୍ତ ସିଂ ଙ୍କ ନେତୃତ୍ୱରେ ଆଜି ଚନ୍ଦ୍ରପୋଡାରେ ଥିବା ଆଦର୍ଶ ବିଦ୍ୟାଳୟର ମୋକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ପ୍ରଥମେ ଏକ ସଭାରେ ଅଗ୍ନିଶମ ବିଭାଗ ଅଧିକାରୀ ଉକ୍ତ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ଆଘାତ କାଳୀନ ପରିସ୍ଥିତିରେ ନିଜର ତଥା ଅନ୍ୟର ମୂଲ୍ୟବାନ ଧନ ଓ ଜୀବନ କିଭଳି ଭାବେ ରକ୍ଷା କରାଯାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ | ପରେ ବିଭିନ୍ନ ପ୍ରକାର ତାଲିମ କାର୍ଯ୍ୟକ୍ରମ କରାଯାଇଥିଲା | ଆକସ୍ମିକ ଅଗ୍ନିକାଣ୍ଡ,ବାତ୍ୟା, ବନ୍ୟା, ସଡ଼କ ଦୁର୍ଘଟଣା,ପାଣିରେ ବୁଡିଯାଇଥିବା ବ୍ୟକ୍ତି କିଭଳି ଉପାୟରେ ତୁରନ୍ତ ଉଦ୍ଧାର କରାଯାଇ ପାରିବ ସେ ସବୁ ଉପରେ ଛାତ୍ର ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧିର ଚନ୍ଦ୍ର ରଥ ଯୋଗ ଦେଇଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ବୈପାରିଗୁଡା ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |

Comments are closed.