ଜୋରିମାନା ଟଙ୍କା ନ ଦେବା ରୁ ଚୋରା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ

0
91
ଜୋରିମାନା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୪/୦୨) : ଜୋରିମାନା ଟଙ୍କା ନ ଦେବା ରୁ ଚୋରା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ । ଇତି ମଧ୍ୟରେ ଟିଟଲାଗଡ ବିଦ୍ୟୁତ ବିଭାଗ ଏସ ଡି ଓ ଇଁ ବିନାୟକ ରାଉତ ବେଆଇନ୍ ବିଦ୍ୟୁତ ସଂଯୋଗ ନେଇ ବିଭିନ୍ନ ଅଞ୍ଚଳ ରେ ଘନ, ଘନ ଚଢ଼ାଉ କରିବା ସହ ବ୍ୟାପକ ରାଜସ୍ୱ ଆଦାୟ କରିଥିଲେ ।

ସହର ର ବିଭିନ୍ନ ଅଞ୍ଚଳ ତଥା ଅନେକ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ରେ ଚେକିଁ କରି ସ୍ଥାନୀୟ ଜୀବନ ଜ୍ୟୋତି ନର୍ସିଂ ହୋମ କଡ଼ରେ ବେଆଇନ୍ ଚୋରା ବିଦ୍ୟୁତ ସଂଯୋଗ କରିଥିବା ଜାଣିବାକୁ ପାଇ ଉକ୍ତ ମାଲିକ ଙ୍କୁ ଜୋରିମାନା ଆଦେଶ ଧାର୍ଯ୍ୟ କରି ନିର୍ଦ୍ଦିଷ୍ଟ ସମୟ ଦେଇଥିଲେ । ଉକ୍ତ ଚୋରା ବା ଟେମ୍ପର କରି ଦୀର୍ଘ ବର୍ଷ ଧରି ଏକ ବିୟର ବାର ସହ ବିଜୁଳି ବ୍ୟବହାରିକ ମୋଟର ଚାଳିତ ପ୍ରତିଷ୍ଠାନ ଓ କିଛି ଦୋକାନ ଗୃହ ରେ ବିଦ୍ୟୁତ ସଂଯୋଗ କରିଥିବା ବେଳେ ସେ ଜୋରିମାନା ଟଙ୍କା ନ ଦେବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆ ଯାଇଥିବା ବିଭାଗୀୟ ଏସ ଡି ଓ ଶ୍ରୀ ରାଉତ ସୂଚନା ଦେଇଛନ୍ତି ।