Tuesday, March 19, 2024

Top 5 This Week

Related Posts

ବିଶ୍ୱ କର୍କଟ ଦିବସରେ ଜିଆଇଇଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୪/୨) : କର୍କଟ ରୋଗ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ଫେବ୍ରୁଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଉଛି ।

ଏହି ପରିପେକ୍ଷିରେ ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ନର୍ସିଂ ପକ୍ଷରୁ ବିଶ୍ୱ କର୍କଟ ରୋଗ ସମ୍ପର୍କୀୟ ଏକ ସଚେତନତା କାଯ୍ୟକ୍ରମ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ କେ .ସି. ସୁରେଶ ବାବୁ ଯୋଗଦେଇ ଚିକିତ୍ସାଳୟର ଅନ୍ତଃ ବିଭାଗର ରୋଗୀମାନଙ୍କୁ କର୍କଟ ରୋଗ ବିଷୟରେ ସଚେତନତା କରିଥିଲେ । ଏହା ସହ ସ୍କୁଲ ଅଫ ନର୍ସିଂର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି କର୍କଟ ରୋଗର ପ୍ରମୁଖ କାରଣ ଗୁଡିକ ମଧ୍ୟରେ ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ସହ ସ୍ତନ କର୍କଟ ଓ ସେର୍ଭିକଲ କର୍କଟ ବିଷୟରେ ସଚେତନତା କରିଥିଲେ । ଏଥିରେ ସ୍କୁଲ ଅଫ ନର୍ସିଂର ଅଧ୍ୟାପକ, ଅଧ୍ୟାପିକା ମାନେ ଯୋଗ ଦେଇ ସହଯୋଗ କରିଥିଲେ ।

Popular Articles