ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ

0
94
ଜିଲ୍ଲାପାଳଙ୍କ ସମ୍ମିଳନୀ

ରିପୋର୍ଟ : ପ୍ରେମାନନ୍ଦ ନାଏକ/ଧ୍ରୁବରଜ ମିଶ୍ର 
ସୁବର୍ଣ୍ଣପୁର, (୦୫/୦୨) : ଓଡିଶା ସରକାରଙ୍କ ଶ୍ରମ ଏବଂ କର୍ମଚାରୀ ରାଜ୍ୟବୀମା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟର ସମୀକ୍ଷା କରିଥିଲେ ।WhatsApp Image 2023 02 04 at 20.51.03 1 ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀଙ୍କ ସହିତ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମଧ୍ୟ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ଵର ଖାକା ନିଜ ବିଭାଗର କାର୍ଯ୍ୟାବଳି ଏବଂ ଉପଲବ୍ଧିତା ର ପାୱାର ପଏଣ୍ଟ ରିପ୍ରେଜେଣ୍ଟେସନ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୨୧୯୪୩ ଜଣ ଶ୍ରମିକ ପଞ୍ଜୀକରଣ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଶ୍ରମିକ ମାନଙ୍କ ମଧ୍ୟରୁ ୧୭୯୯ ଜଣ ଶିକ୍ଷା, ୨୪୪୪ ଜଣ ବିବାହ, ୫୯୩ ଜଣ ମାତୃତ୍ୱ, ୨୪୪୪ ଜଣ ସାଇକଲ୍, ୧୪୨୪୦ ଜଣ କାର୍ମିକ ଟୁଲ,୧୭୯୯ ଜଣ ନିରାପଦ ଟୁଲ, ୫୯୩ ଜଣ ମୃତ୍ୟୁ ପରବର୍ତ୍ତୀ ସହାୟତା ପାଇଛନ୍ତି ।

ମନ୍ତ୍ରୀ ସମସ୍ତ ହିତାଧିକାରୀଙ୍କ ନାଜ୍ୟ ପ୍ରାପ୍ୟ ଅତିଶୀଘ୍ର ପ୍ରଦାନ କରିବା ସହିତ ପ୍ରତି ପଞ୍ଚାୟତ ଏବଂ ବ୍ଲକ ମାଧ୍ୟମରେ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ପଦ୍ମନାଭ କେବଳ ଇ ରେଜିଷ୍ଟ୍ରେସନ୍ ଉପରେ ଭରସା ନକରି ଶ୍ରମ ବିଭାଗ ଜନସାଧାରଣଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସଚେତନ କରିବା ପାଇଁ କହିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମାର୍ଚ୍ଚ ଶେଷ ସୁଦ୍ଧା ହିତାଧିକାରୀ ମାନେ ବିଗତ ବର୍ଷର ସମସ୍ତ ସୁବିଧା ଯେମିତି ପାଇପାରିବେ ସେଥିପ୍ରତି ଶ୍ରମ ବିଭାଗ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

ଆଲୋଚନା ରେ ବଲାଙ୍ଗିର ସୁବର୍ଣ୍ଣପୁର ଫ୍ଯାକ୍ଟ୍ରି ଓ ବ୍ରୋଏଲର ଉପନିର୍ଦ୍ଦେଶକ ବିବେକାନନ୍ଦ ନାୟକ, ଇଏସଆଇ ଡାକ୍ତର ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ର ମ୍ୟାନେଜର, ଆସିଷ୍ଟାଣ୍ଟ କଲେକ୍ଟର ଆନନ୍ଦ ଚନ୍ଦ୍ର ପଣ୍ଡା ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ସଭାରେ ଉପସ୍ଥିତ ଥିଲେ । ସୂଚନା ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ପରିଚାଳନା କରିଥିଲେ ଏବଂ ଉପ ଶ୍ରମ ଅଧିକାରୀ ସବିତା କୁମାରୀ ନାଏକ, ଶ୍ରମ କାର୍ଯ୍ୟାଳୟର ସୁଚିସ୍ମିତା ପାତ୍ର ଏବଂ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।