Thursday, October 29, 2020
Home 5 T programme ବିଜାମାଳ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିନ ହେଲା ତାଲା, ଶିକ୍ଷକ ନ ଦେଲେ ଅନିର୍ଦ୍ଧିଷ୍ଟକାଳ ପାଇଁ...

ବିଜାମାଳ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିନ ହେଲା ତାଲା, ଶିକ୍ଷକ ନ ଦେଲେ ଅନିର୍ଦ୍ଧିଷ୍ଟକାଳ ପାଇଁ ସ୍କୁଲ ହେବ ବନ୍ଦ

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର ||
ମୁରିବାହାଲ (୨୧/୦୧): ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରା.ପ.ଅନ୍ତର୍ଗତ ବିଜାମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମବାସୀ ଓ ସ୍କୁଲ କମିଟି ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ବନ୍ଦ କରିଛନ୍ତି |

ଗତ ୧୪ତାରିଖରେ ବ୍ଲକ ଶିକ୍ଷ୍ୟା ଅଧିକାରୀ, ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଏବଂ ଜିଲ୍ଲାପାଲ ଙ୍କୁ ଲିଖିତ ଦାବିପତ୍ର ଦେଇଥିଲେ ହେଲେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ଗ୍ରାମବାସୀ ଓ ସ୍କୁଲ କମିଟି ତାଲା ପକାଇବା ପାଇଁ ବାଧ୍ୟ ହେଲେ ବୋଲି ପ୍ରକାଶ କରିଥିଲେ | ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ଅଛନ୍ତି | ଗତ ଏପ୍ରିଲ ୩୦ ତାରିଖରେ ପ୍ରଧାନ ଶିକ୍ଷକ ଅବସର ନେଲାପରେ ଆଉ କୌଣସି ଶିକ୍ଷକ ଦେଇନାହାନ୍ତି | ଆଗରୁ ଅନେକ ଥର ଗ୍ରାମବାସୀ ଲିଖିତ ବ୍ଲକ ଶିକ୍ଷ୍ୟା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି | ସ୍କୁଲରେ ୩୧ଜଣ ଛାତ୍ରଛାତ୍ରୀ ଥିବାବେଳେ ଜଣେ ମାତ୍ର ଶିକ୍ଷକ ଶିକ୍ଷାକାର୍ଯ୍ୟ, ଅଫିସକାମ, ମଧ୍ୟାହ୍ନ ଭୋଜନ ସହ ଅନ୍ୟାନ୍ୟ କାର୍ଯ୍ୟ ପରିଚାଳନା କରିବାରେ ଶିକ୍ଷାଦାନ କରିବାରେ ବାଧାପ୍ରାପ୍ତ ହେଉଥିବା ଗ୍ରାମବାସୀ ଓ ସ୍କୁଲ କମିଟି ପ୍ରକାଶ କରିଛନ୍ତି | ବ୍ଲକ ଶିକ୍ଷ୍ୟା ଅଧିକାରୀ ନ ଶୁଣିବାରୁ ଆଜି ୨୦ତାରିଖ ସୋମବାର ୯.୩୦ ରୁ ବାଧ୍ୟ ହେଲୁ ତାଲା ପକାଇବାପାଇଁ, ଯେଉଁ ଦିନ ଶିକ୍ଷକ ଦେବେ ସେଦିନ ଆମେ ତାଲା ଖୋଲିବୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି | ନ ହେଲେ ଅନିର୍ଦ୍ଧିଷ୍ଟକାଳ ପାଇଁ ତାଲା ବନ୍ଦ ହେବ | ସ୍କୁଲ ବନ୍ଦ ହେବା ଦ୍ୱିତୀୟ ଦିନ ହେଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ବ୍ଲକ ଶିକ୍ଷ୍ୟା ଅଧିକାରୀ କିମ୍ବା କୌଣସି ଅଧିକାରୀ ଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |

ଏହି ବିଷୟରେ ଗତକାଲି ବ୍ଲକ ଶିକ୍ଷ୍ୟା ଅଧିକାରୀ ଶ୍ରୀ ଜଗନ୍ନାଥ ଧାରୁଆଙ୍କୁ ପଚାରିବାରୁ ମୁ ଏହି ବିଷୟରେ ମୋତେ ଲିଖିତ ଅଭିଯୋଗ ଦେଇଛନ୍ତି ତାଙ୍କ ସହିତ ଆଲୋଚନା ମଧ୍ୟ କରିଥିଲି ହେଲେ ସେମାନେ ଶୁଣିଲେ ନାହିଁ ଏବଂ ତାଲା ବନ୍ଦ କରିଛନ୍ତି | ମୁ ଏହି ବିଷୟରେ ଉଚ୍ଚ ଅଧିକାରୀଙ୍କୁ ଜଣାଇଦେଇଛି | ଉତ୍ତର ଆସିଲା ପରେ ସାଙ୍ଗେ ସାଙ୍ଗେ ତାଙ୍କର ଦାବି ପୂରଣ ହେବ ବୋଲି ପ୍ରକାଶ କରିଥିଲେ | ଶ୍ରୀ ଧରୁଆ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ମୋବାଇଲ ବନ୍ଦ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନ ଥିଲା | ଗ୍ରାମବାସି ଓ ସ୍କୁଲ କମିଟି ସଭାପତି ଶ୍ରୀମତୀ ଅମ୍ବିକା ମହାକୁର, ଆରତି ମୁଦୁଲି, ଆରତି ସା ପୁର୍ଣିମା ମାଝୀ, ପଙ୍କଜିନୀ ପଧାନ, ଭୋକୋଡ ଧରୁଆ, କନକ ଜାନି, ମହେନ୍ଦ୍ର ପଧାନ, ଦିବାକର ପଧାନ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଅଛନ୍ତି | ଆଜି ମଧ୍ୟ ସ୍କୁଲ ବାହାରେ ଛାତ୍ରଛାତ୍ରୀ ବସି ପାଠପଢୁଥିବା ବେଳେ ଗ୍ରାମବାସୀ ଓ ସ୍କୁଲ କମିଟି ଗେଟ ବାହାରେ ଧାରଣାରେ ବସିଥିବା ସୂଚନା ମିଳିଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: