Friday, September 25, 2020
Home Accidental Death ଦୁର୍ଘଟଣାରେ ମୃତ୍ୟୁକୁ ନେଇ କ୍ଷତି ପୂରଣ ଦାବିରେ ରାସ୍ତା ରୋକ

ଦୁର୍ଘଟଣାରେ ମୃତ୍ୟୁକୁ ନେଇ କ୍ଷତି ପୂରଣ ଦାବିରେ ରାସ୍ତା ରୋକ

ରିପୋର୍ଟ: ଜଗଦୀଶ ଦାସ ||
ଜି.ଉଦୟଗିରି-୨୧.୦୧: ଜି.ଉଦୟଗିରି ଦୁଗୁଡି ନିକଟରେ ଗତ କାଲି ବୋଲେରୋ ନଂ ଓଡି୧୨ ସି ୨୬୨୬ ଓ ଅଟୋ ନଂ ଓଡି୦୭ ଏଫ୍ ୧୭୯୮ ମୁହାଁମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଆଜି ବ୍ରହ୍ମପୁର ବଡ ମେଡିକାଲରେ ଆଉ ଜଣକର ମୃତ୍ୟୁ ହୋଇଯାଇଛି ।

ମୃତକ ଜଣକ ନନ୍ଦଗିରି ବାସିନ୍ଦା ହୋଇଥିବାରୁ କ୍ଷତି ପୂରଣ ଦାବିରେ ନନ୍ଦଗିରି ଲୋକମାନେ ରାସ୍ତାରେ ଗଛ ପକାଇ ରାସ୍ତା ରୋକ କରିଛନ୍ତି।ଖବର ପାଇ ଜି.ଉଦୟଗିରି ଆଇ ଆଇ ସି ଧିରଜ ଲେଙ୍କା ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ରୋକ କରିଥିବା ଲୋକମାନଙ୍କୁ ରାସ୍ତା ଅବରୋଧ ନ କରିବା ପାଇଁ ବୁଝାବୁଝି କରୁଥିଲେ।ପ୍ରାପ୍ତ ସୁଚନା ଅନୁସାରେ ଲୋକଙ୍କ ଦାବି ଥିଲା ଯେ ଆଜି ମୃ୍ତ୍ୟୁ ବରଣ କରିଥିବା ସ୍ତ୍ରୀ ଲୋକଟିର ଦୁଇଟି ଛୁଆକୁ ପାଠ ପଢାଇବା ସହ ଭବିଷ୍ୟତରେ ଥଇଥାନ କରିବା ଏବଂ ସେ ବହୁତ ଗରିବ ଥିବାରୁ ତାଙ୍କ ମୃତ ଦେହକୁ ବ୍ରହ୍ମପୁରରୁ ନିଜ ଘର ନନ୍ଦଗିରିକୁ ଆଣିବା ବ୍ୟବସ୍ଥା କରିବା । ଖବର ଲେଖାବେଳକୁ ରାସ୍ତା ରୋକ ଜାରି ଥିଲା |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୨୪/୦୯): ବରୀ ବ୍ଲକ ଅଧିନସ୍ଥ ଆନ୍ୟାସପୁର ଗ୍ରାମ ରେ ପ୍ରେମ ବିବାହ କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତୁ ଘଟିଛି...

ବିଜେପି ନେତା ବି. ସୁବାଷ ଚନ୍ଦ୍ରପାତ୍ରଙ୍କ ବିୟୋଗରେ ଶୋକ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା ୨୪/୯): ବାଲିଗୁଡାର ବରିଷ୍ଠ ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ବିୟୋଗରେ କନ୍ଧମାଳ ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶୋକ ସଭା ଅନୁଷ୍ଠିତ...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଜୁନାଗଡ ହାଇଟେକ ଥାନା ଉଦଘାଟିତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି ତା୨୪.୦୯.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ଓଡିଶା ର ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ...

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି...

Recent Comments

%d bloggers like this: