Related Contents

କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ଓ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର:  ଆଜି ନୂଆ ଦିଲ୍ଲୀ ଠାରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ଓ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରା ଯାଇଛି। ଉଭୟ ମନ୍ତ୍ରଣାଳୟର ସଚିବ ମାନେ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ତଥା କେନ୍ଦ୍ର ଦକ୍ଷତା ରାଷ୍ଟ୍ର ମନ୍ତ୍ରୀ ଅନନ୍ତ କୁମାର ହେଗଡେ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବୁଝାମଣା ପତ୍ର ଅନୁସାରେ ଦକ୍ଷତା ବିକାଶ ମନ୍ତ୍ରଣାଳୟ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସହ ଭାଗିଦାର ହୋଇ ୬୯୦ କୃଷି ବିକାଶ କେନ୍ଦ୍ର ଗୁଡିକୁ ସହଯୋଗ କରିବ ଓ ବଜାର ପାଇଁ ପ୍ରାସଙ୍ଗିକ ହେଉଥିବା ଦକ୍ଷତା ପ୍ରଦାନକୁ ସୁନିଶ୍ଚିତ କରିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଏକ କୃଷି ପ୍ରଧାନ ଦେଶ ଓ ୭୦ ପ୍ରତିଶତ ଜନସଂଖ୍ୟା କୃଷି ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ନିର୍ଭରଶୀଳ। କୃଷି କ୍ଷେତ୍ର ଦେଶର ୨୬ କୋଟି ଲୋକଙ୍କର ଜୀବନ ଜୀବିକା ପ୍ରଦାନ କରିଥାଏ। ଚଳିତ ବଜେଟରେ ମଧ୍ୟ ଗ୍ରାମୀଣ ଅଂଚଳର ଯୁବକ ମାନଙ୍କର ସଶକ୍ତିକରଣ ଜରିଆରେ କୃଷି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦିଆ ଯାଇଛି। ଦକ୍ଷତା ବିକାଶ ବିନା ଏହା ସମ୍ଭବ ନୁହେଁ । ନୂଆ ଭେଲ୍ୟୁ ଚେନ, ରିଟେଲ କମ୍ପାନୀ, ସପ୍ଲାଇ ଚେନ ଆଦିରେ ଖୁବ ଅଧିକ ସଂଖ୍ୟାରେ ନିଯୁକ୍ତି ସମ୍ଭାବନା ରହିଛି। ଏଗୁଡିକର ଉପ ବିଭାଗ ଯେପରି ଉଦ୍ୟାନ କୃଷି, କୃଷି ଯାନ୍ତ୍ରିକୀକରଣ, ଡାଏରୀ, ମତ୍ସ୍ୟପାଳନ, କୋଲ୍ଡ ଷ୍ଟୋରେଜ, ଫସଲ ଅମଳ ପରର ଯୋଗାଣ ଚେନ ଆଦି ପାଇଁ ଯୁବ ଶକ୍ତିକୁ ଦକ୍ଷତା ବିକାଶ ଜରିଆରେ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରା ଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.