Thursday, March 28, 2024

Top 5 This Week

Related Posts

ଜିଲ୍ଲା ନିୟେ।ଜନ କାର୍ଯ୍ୟାଳୟ ମଡେଲ କ୍ୟାରିୟର ସେଣ୍ଟର : ପ୍ଲେସମେଣ୍ଟ ଡ୍ରାଇଭର ଆୟୋଜିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୪/୦୨) : ରାୟଗଡ଼ା ଜିଲ୍ଲା ନିୟେ।ଜନ କାର୍ଯ୍ୟାଳୟ /ମଡେଲ କ୍ୟାରିୟର ସେଣ୍ଟର, ରାୟଗଡ଼ା ତରଫରୁ ତା ୧ ଏବଂ ୨ ଫେବୃଆରୀ ୨୦୨୩ ରିଖ ଦିନରେ ବେଦାନ୍ତ କମ୍ପାନୀର ସ୍ନାତକ ପ୍ରଶିକ୍ଷକ ପଦ ପାଇଁ ୨ ଦିନ ଧରି ଏକ ପ୍ଲେସମେଣ୍ଟ ଡ୍ରାଇଭ ର ଆୟୋଜନ କରାଯାଇଥିଲା ।

ମୋଟ ୩୭୬ ଜଣ ପ୍ରାର୍ଥୀ /ପ୍ରାର୍ଥୀନୀ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ । ପ୍ରଥମ ଦିନରେ ଲିଖିତ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୫ ଜଣ ଦ୍ୱିତୀୟ ଦିନର ସାକ୍ଷାତକାର ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ନିଯୁକ୍ତି ଡ୍ରାଇଭ୍ ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ା ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା ଉକ୍ତ ପ୍ରଣାଳୀକୁ ପ୍ରୋତ୍ସ।ହିତ କରିଥିଲେ । ବେଦାନ୍ତ ଦଳ ୨୫ ଜଣ ସର୍ଟଲିଷ୍ଟ ପ୍ରାର୍ଥୀଙ୍କୁ ସାକ୍ଷାତକାର କରାଇଥିଲେ । ବେଦାନ୍ତ କମ୍ପାନୀର ଉପଯୁକ୍ତ ପ୍ରକ୍ରିୟା ପରେ ଫଳାଫଳ ଘୋଷଣା କରାଯିବ ବୋଲି ଜିଲ୍ଲା ନିୟେ।ଜନ ଅଧିକାରୀ ତତ୍ତ୍ୱମୋସି ମହାପାତ୍ର ଜଣାଇଛନ୍ତି ।

Popular Articles