ବିଶ୍ୱ କୁଷ୍ଠ ନିରାକରଣ ଦିବସ ପାଳିତ

0
127
ବିଶ୍ୱ କୁଷ୍ଠ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୩/୦୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ ଗୁରୁବାର ବିଶ୍ୱ କୁଷ୍ଠ ନିରାକରଣ ଦିବସ ଗତ ୩୦ ଜାନୁୟାରୀ ରୁ ୧୩ ଫେବୃଆରୀ ପର୍ଯ୍ୟନ୍ତ ହେଉଥିବା ସଚେତନତା କାର୍ଯ୍ୟକ୍ରମର ଚତୁର୍ଥ ଦିନ ରେ ବିନିକା ରେ ପାଳିତ ହୋଇଛି ।WhatsApp Image 2023 02 04 at 10.58.24 1 ବିଶ୍ୱ କୁଷ୍ଠ ନିରାକରଣ ଦିବସ ପାଳିତ

ବିଶ୍ୱ କୁଷ୍ଠ ନିରାକରଣ ଦିବସ ପାଳିତ । ପ୍ରାରମ୍ଭରେ ସିଦ୍ଧାର୍ଥ କଲେଜ ରୁ ଛାତ୍ରୀଛାତ୍ର ଙ୍କୁ ନେଇ ହାତରେ ସଚେତନତା ବେନର ପୋଷ୍ଟର, ଧରି କୁଷ୍ଠ ନିରାକରଣ ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସଚେତନତା କାର୍ଯ୍ୟକ୍ରମ ବି ପି ଓ ସୁଶାନ୍ତ ଭୋଇ ଙ୍କ ଅଧ୍ୟକ୍ଷତା ରେ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ରେଖା ପଧାନ ମୁଖ୍ୟ ବକ୍ତା ଅମ୍ବାସେଡର ଲେପ୍ରା ସୋସାଇଟି ଓଡ଼ିଶା ଗୋରେଖନାଥ ସାହୁ, ସମ୍ବାନୀୟ ଅତିଥି ଅଧ୍ୟାପକ ନାରାୟଣ ଚୌଦୁରୀ, ଯୋଗଦେଇ କୁଷ୍ଠ ନିରାକରଣ କୁଷ୍ଠ ମୁକ୍ତ ଭାରତ, କୁଷ୍ଠ କେବେ ଅଛୁଆଁ ନୁହେଁ କହି ସମସ୍ତେ ହାତ କୁ ହାତ ମିଳଇ କୁଷ୍ଠ ରୋଗ ର ମୂଳ ଉତ୍ପାଟନ ପାଇଁ ଶପଥ କରିଥିଲେ ।WhatsApp Image 2023 02 04 at 10.58.23 ବିଶ୍ୱ କୁଷ୍ଠ ନିରାକରଣ ଦିବସ ପାଳିତ

ବି ଏନ ଏଲ ଡବ୍ଲୁ ଦିବାକର ଓଝା, ମଞ୍ଚ ପରିଚାଳନା କରିଥିଲେ । ଲେପ୍ରା ସୋସାଇଟି ର ଏଫସି ନରସିଂହ ମିଶ୍ର , ଧନ୍ୟବାଦ ଅର୍ପଣ କରିଥିଲେ । ସାମାଜିକ କର୍ମୀ ରାମ ଗୋପାଳ ବାଘ, ଅଧ୍ୟାପକ ପ୍ରୀତିରଞ୍ଜନ ସାହୁ ରୋହିତ ଧରୁଆ, ଝଲକ ମିଶ୍ର , ଅଭିଳାଷ ମିଶ୍ର, କର୍ମଚାରୀ ଜାହ୍ନବି ନାଏକ, କୀର୍ତ୍ତନ ବାରିକ ପ୍ରମୁଖ ସହଯୋଗ କରିଥିଲେ ।