Tuesday, March 19, 2024

Top 5 This Week

Related Posts

ପାପକ୍ଷୟ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୩/୦୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟା ରେ ପହଞ୍ଚିଛି ।WhatsApp Image 2023 02 04 at 10.58.14 ପାପକ୍ଷୟ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟା

ମହୋତ୍ସବ କମିଟୀ ସଭାପତି ସୁଧାଂଶୁ ଶେଖର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟଅତିଥି ଭାବରେ ଯୋଗଦେଇ ପାପ ରୁ ମୁକ୍ତି ମିଳୁଥିବା ଏହି ପୁଣ୍ୟ ପୀଠ ପାପକ୍ଷୟ ନାମରେ ନାମିତ ପାପକ୍ଷୟ ଲୋକ ମହୋତ୍ସବ ଯୁଗ ଯୁଗ ଧରି ଚିରସ୍ଥାୟୀ ରହୁ । ଏହି ଐତିହାସିକ ପୀଠ ର ମହତ୍ତ୍ଵ କୁ ସର୍ବାଦୃତ କରିବା ନେଇ ଉଦ୍ୟମ ରତ ଉତ୍ସାହୀ ଯୁବକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରୁ ବୋଲି କହିଥିଲେ । ସେହିପରି ସ୍ଵତନ୍ତ୍ର ଅତିଥି ଭାବେ ବିନିକା ଏନଏସି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇ ଯୋଗଦେଇ ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବିବୋଲି କହିଥିଲେ ।

କମିଟି ସହ ସମ୍ପାଦକ ନବଜୀବନ ପଣ୍ଡା, ସାଂସ୍କୃତିକ ସମ୍ପାଦକ ମଦନ ମୋହନ ହୋତା ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ସିଲାଟି ଗ୍ରାମର ଶାନ୍ତନୁ ସାହୁଙ୍କୁ ପାପକ୍ଷୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିବା କଳାକାର, ଲୋକନୃତ୍ୟ ଓ କଣ୍ଠଶିଳ୍ପୀଙ୍କୁ ମଧ୍ୟ ଆୟୋଜକ କମିଟି ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଧର୍ମେନ୍ଦ୍ର ଥନାପତି ପାପକ୍ଷୟ ସମ୍ମାନ ପତ୍ର ପଠନ ଏବଂ ଶେଷରେ ସମ୍ପାଦକ ମାନସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।WhatsApp Image 2023 02 04 at 10.58.12 ପାପକ୍ଷୟ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟା

ପରେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପସ୍ଥିତ ଦର୍ଶକ ମାନଙ୍କୁ ମୋହିତ କରିଥିଲା । ଓଡ଼ିଆ ଧାରା ବାହିକ ଦେବସ୍ମିତା ଙ୍କ ଅଭିନୟ ଦୃଶ୍ୟ ମନୋରମ ଥିଲା । କଣ୍ଠଶିଳ୍ପୀ ପଦ୍ମିନୀ ଦୋରା, ଶତ୍ରୁଘ୍ନ ଲୁହା, ଅମିତ ଯୋଶୀଙ୍କ ସୁ ମଧୁର ସଙ୍ଗୀତ ପରିବେଷଣ ସାଂଗକୁ ସମ୍ବଲପୁରର ଲହରୀ ତରଫରୁ ଡାଲଖାଇ, ଚୁଟୁକୁଚୁଟା, ଭବାନୀପାଟଣାର ଢାପ ଘୁଡକା ଲୋକନୃତ୍ୟ ଏବଂ ସ୍ଥାନୀୟ କଳାକାରଙ୍କ କଳା ପ୍ରଦର୍ଶନ ଚମତ୍କାର ଥିଲା ।

Popular Articles