Thursday, March 28, 2024

Top 5 This Week

Related Posts

ରାୟଗଡାସ୍ଵୟଂ ଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଯାପନ ଉତ୍ସବ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୪/୦୨) : ଆଜି ଅର୍ଥାତ୍‌ ତା ୦୨/୦୨/୨୦୨୩ ଦିନ ସଂନ୍ଧ୍ୟା ୬ ଘଣ୍ଟା ସମୟରେ ରାୟଗଡାସ୍ଵୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପନ ହୋଇଯାଇଛି ।WhatsApp Image 2023 02 03 at 19.12.08 ରାୟଗଡାସ୍ଵୟଂ ଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଯାପନ ଉତ୍ସବ

ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ, ସମ୍ମାନୀୟ ଅତିଥି ରାୟଗଡା ପୌରାଞ୍ଚଳର ନଗରପାଳ ଶ୍ରୀ ମହେଷ ପଟ୍ଟନାୟକ ଉପସ୍ଥିତ ରହି କୃତି କ୍ରିଡ଼ାବିତ୍‌ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ରାୟଗଡାସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଶନ୍ନ କୁମାର ଗନ୍ତାୟତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ, ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ୪୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୯୬ ଜଣ କ୍ରତୀତ୍ଵ ହାସଲ କରିଥିଲେ । ଉଚ୍ଚ ମାଧ୍ୟମିକ ଶ୍ରେଣୀର ବାଳକ ବିଭାଗରେ ଶିବ ମିନିୟାକା ଏବଂ ବାଳୀକା ବିଭାଗରେ ଗୀତାଞ୍ଜଳୀ କାରୁଆଁ ସେହି ପରି ସ୍ନାତକ ଶ୍ରେଣୀର ଚ୍ଛାତ୍ର ବିଭାଗରେ ବିଡ଼ିକା ସିଧୁ ଏବଂ ଚ୍ଛାତ୍ରୀ ବିଭାଗରେ ସୁପ୍ରିୟା କିଲାକା ଚ଼ମ୍ପିୟାନ୍‌ ହୋଇଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମକୁ କ୍ରୀଡା ସଂସଦର ଉପସଭାପତି ଶ୍ରୀ କେ ଶଶି ସହଉପସଭାପତି ଶ୍ରୀ ଗିରୀସ୍‌ ପଟ୍ଟନାୟକ, ଅଶୋକ କୁମାର ସାହୁ, ମନୋଜ ପଟ୍ଟନାୟକ, ସ୍ନେହାଞ୍ଜଳୀ ପାଣ୍ଡେ, ଦମୟନ୍ତି ବାଗ ମନ୍ମଥ ଟୋଇକା ଓ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । କ୍ରୀଡ଼ା ପରିଚାଳନାରେ ଖେଳ ଶିକ୍ଷକ ଆଶିଷ ପୁଜାରୀ, ଶ୍ରୀ ସୁଧିର ସ୍ୱାଇଁ, ଶ୍ରୀ ଗୌରୀ ସାହୁ, ଶ୍ରୀ ପ୍ରମୋଦ ପ୍ରଧାନ, ଶ୍ରୀ ଅରୁଣାଞ୍ଚଳ ଦାସ ଓ ଶ୍ରୀ ବି. ରାମୁ ପରିଚାଳନା କରିଥିଲେ।

Popular Articles