Friday, March 29, 2024

Top 5 This Week

Related Posts

ତେଲକୋଇ ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୨/୦୨) : କେନ୍ଦୁଝର ଜିଲ୍ଲାର ତେଲକୋଇରେ ପୁଣି ହାତୀ ମୃତ୍ୟୁ ହୋଇଛି । ବର୍ଷକର ହାତୀ ଶାବକର ମୃତଦେହ ଠାବ ହୋଇଛି ।

ତେଲକୋଇ ବନାଞ୍ଚଳ ଅଧୀନ ତେଲକୋଇ ସେକ୍ସନ ଅହିଗୋଳା ଫରେଷ୍ଟ ବିଟ ଓଢଣା ଠାରେ କଳାପାଟ ସଂରକ୍ଷିତ ଜଙ୍ଗଲରେ ମିଳିଛି ମୃତଦେହ । ତେବେ ହାତୀ ମୃତ୍ୟୁର ସଠିକ କାରଣ ଏ ଯାଏଁ ଜଣାପଡ଼ିନାହିଁ । ବନବିଭାଗ କର୍ମଚାରୀ ହାତୀ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ । ବନବିଭାଗ ପକ୍ଷରୁ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

Popular Articles