Thursday, March 28, 2024

Top 5 This Week

Related Posts

ବିଧାୟକ ଙ୍କ ପୁଅ ଗିରଫ ମାମଲା ରେ ଜବତ ବନ୍ଧୁକ ନେଇ ମିଳୁନି ପୋଲିସ୍ ର ପ୍ରତିକ୍ରିୟା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗିର/କଣ୍ଟାବାଞ୍ଜି, (୦୨/୦୨) : ବିଧାୟକ ଙ୍କ ପୁଅ ଗିରଫ ମାମଲା ରେ ଜବତ ବନ୍ଧୁକ ନେଇ ମିଳୁନି ପୋଲିସ୍ ର ପ୍ରତିକ୍ରିୟା । କଣ୍ଟାବାଞ୍ଜି ଆଲିସାନ ସିନେମା ହଲ୍‌ରେ ଗଣ୍ଡଗୋଳ କରି କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜିସିଂ ଗିରଫ; IPCର ଧାରା ୩୫୩,୩୮୪, ୫୦୬, ୩୮୩ ଓ ଆର୍ମସ୍‌ ଆକ୍ଟରେ ଗିରଫ ।

କେଉଁ କାରଣରୁ କାହିଁକି ଗଣ୍ଡଗୋଳ ହୋଇଥିଲା ସେ ନେଇ ବର୍ତ୍ତମାନ୍ ସୁଦ୍ଧା ବିଧାୟକ ଶ୍ରୀ ସାଲୁଜା ଅବା ତାଙ୍କ ପୁଅ କିଛି ପ୍ରକାଶ କରି ନାହାଁନ୍ତି । ସେହିପରି ଆଲିସାନ ହଲ ମାଲିକ ଅବା ପରିବାର ଲୋକେ କିଛି ପ୍ରକାଶ କରୁ ନାହାଁନ୍ତି । ବିଧାୟକ ଙ୍କ ପୁଅ ସେଜିସିଂ ଙ୍କୁ ବେଲପଡ଼ା ଡାକ୍ତର ଖାନା ରେ ବିଭିନ୍ନ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯିବ । ଘଟଣା ସ୍ଥଳ ରୁ ବିଭିନ୍ନ ବ୍ରାଣ୍ଡ ର ମଦ, ଏକ ବନ୍ଧୁକ, ନଗଦ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିବା ବେଳେ ଉକ୍ତ ବନ୍ଧୁକ କୁ ନେଇ ପୋଲିସ କିଛି ସୂଚନା ଦେଇ ନାହିଁ ।

Popular Articles