Wednesday, September 23, 2020
Home headline ଜି.ଉଦୟଗିରିରେ ଭିନ୍ନ ଢଙ୍ଗରେ ସଡକ ସୁରକ୍ଷା ରାଲି

ଜି.ଉଦୟଗିରିରେ ଭିନ୍ନ ଢଙ୍ଗରେ ସଡକ ସୁରକ୍ଷା ରାଲି

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି (୧୭.୦୧): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ପକ୍ଷରୁ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି ।

ଜି.ଉଦୟଗିରି ଥାନା ଆଇ ଆଇ ସି ଧୀରଜ ଲେଙ୍କାଙ୍କ ନେତୃତ୍ବରେ ପୋଲିସ ଏସ ଆଇ କୌଶଲ୍ୟା ବେହେରା,ଏ ଏସ ଆଇ ସୁବାଷ ଚନ୍ଦ୍ର ପ୍ରଧାନ ସାଙ୍ଗରେ ଯମରାଜ ଓ ଚିତ୍ରଗୁପ୍ତ(ବେଶ ପରିଧାନ କରିଥିବା),ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏନ.ସି.ସି ଛାତ୍ରଛାତ୍ରୀ ,ଇନ୍ଦୀରା ପ୍ରୀୟଦର୍ଶନୀ ମହିଳା ମହା ବିଦ୍ୟାଳୟର ଛାତ୍ରୀଙ୍କୁ ନେଇ ସହର ପରିକ୍ରମା କରିଥିଲେ।ରାସ୍ତାରେ ହେଲମେଟ ନ ପିନ୍ଧି ବାଇକ ଚଲାଉଥିବା ଓ ସିଟ ବେଲ୍ଟ ନ ବାନ୍ଧି ଗାଡି ଚଲାଉଥିବା ଚାଳକକୁ ଯମରାଜ ଓ ଚତ୍ରଗୁପ୍ତ ପଞ୍ଜିକା ଦେଖି ସତର୍କ କରାଉଥିବାବେଳେ ହେଲମେଟ ପିନ୍ଧିଥିବା ଚାଳକ ଏବଂ ସିଟ ବେଲ୍ଟ ବାନ୍ଧିଥିବା ଗାଡି ଚାଳକକୁ ଯମରାଜ ଫୁଲମାଳ ପିନ୍ଧାଇ ସ୍ବାଗତ କରୁଥିବା ଦେଖିବାକୁ ମିଳିଥିଲା।ଛାତ୍ରଛାତ୍ରୀ ମାନେ ମୋବାଇଲରେ କଥା ହୋଇ ଗାଡି ଚଲାନ୍ତୁ ନାହିଁ, ବାଇକରେ ତିନି ଜଣ ବସି ଯାଆନ୍ତୁ ନାହିଁ,ଦ୍ରୁତ ଗତିରେ ଗାଡି ଚଲାନ୍ତୁ ନାହିଁ,ଭୁଲ ରାସ୍ତାରେ ଗାଡି ଚଲାନ୍ତୁ ନାହିଁ ଆଦି ପ୍ଳାକାର୍ଡ ଦେଖାଇ ଲୋକଙ୍କୁ ସଚେତନ କରାଇଥିଲେ । ସ୍ଥାନୀୟ ପୋଲିସ ଜନସାଧାରଣଙ୍କ ଜୀବନ ରକ୍ଷା ନିମନ୍ତେ ଏପରି ଏକ ଭିନ୍ନ ପ୍ରୟାସ ମାଧ୍ୟମରେ ଲୋକଙ୍କୁ ସଚେତନତ କରିଥିବା ଯୋଗୁଁ ଜନସାଧାରଣ ପୋଲିସକୁ ସାଧୁବାଦ ଜଣାଇଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୩ ୵ ୯ ୵ ୨୦):ପଦ୍ମପୁର ଉପଖଣ୍ଡ ରାଜଵୋରାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଇକମାଲ ବ୍ଲକ...

ବାପା ମାଙ୍କ ମୃତ୍ୟୁ ପରେ ଏକ ମାତ୍ର ପୁଅ ସୁଶାନ୍ତ ବର୍ତ୍ତମାନ ଅସାଧ୍ୟ ରୋଗରେ

ରିପୋର୍ଟ: ରାକେଶ ମହାରଣା // ଖଲିକୋଟ (୨୧/୦୯): ସୁଶାନ୍ତ ସ୍ୱାଇଁ, ଜଣେ ଶାନ୍ତଶିଳ ମଣିଷ | ବାପା ମାଙ୍କ ମୁର୍ତ୍ୟୁ ପରେ ବଂଶ ରକ୍ଷା ଦାୟିତ୍ୱ ତାଙ୍କ ଉପରେ |ଘରର ଏକୋଇର ବୋଳା ସୁଶାନ୍ତ,...

ସରକାରୀ ଜମି ଜବର ଦଖଲ ଏବଂ ଅଭିଯୋଗକାରୀଙ୍କୁ ନାଲି ଆଖି, ପ୍ରଶାସନ ଚୁପ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା୨୨ ୵ ୯୵ ୨୦୨୦): ପଦ୍ମପୁର ଉପଖଣ୍ତ ସଦରମହକୁମା ଏନ.ଏ.ସି ଅଧିନସ୍ଥ ବ୍ରାହ୍ମଣୀ ବନ୍ଧ ବହୁ ଦିନ ଧରି ଜରାଯିର୍ଣ ଅବସ୍ଥାରେ ପଡିଥିବା ବେଳେ ବର୍ତମାନ...

ଗରିବ ଆଦୀବାସୀ ଝିଅକୁ କଲେଜରେ ଆଡ୍‌ମିଶନ ସହଯୋଗ ମିଳିଲା

ରିପୋର୍ଟ - ନିରୋଜ କୁମାର ପାଣୀ // ବରଗଡ଼ ,ତା ୨୨ ୵ ୯ ୵ ୨୦): ଶିକ୍ଷାଲାଭ କରିବା ପ୍ରତ୍ୟେକ ମଣିଷର ଏକ ମୌଳିକ ଅଧିକାର । ମାତ୍ର ପରିସ୍ଥିତି ଅନେକ ଙ୍କୁ...

Recent Comments

%d bloggers like this: