Advertisements
Sunday, July 5, 2020
Home headline ଲାଲ ଯୋଗେନ୍ଦ୍ରନାଥ ସିଂ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ହୀରାକୁଦ ଓ ଘେଁସ

ଲାଲ ଯୋଗେନ୍ଦ୍ରନାଥ ସିଂ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ହୀରାକୁଦ ଓ ଘେଁସ

ରିପୋର୍ଟ: ଜଗବନ୍ଧୁ ସାହୁ ||
ବରଗଡ଼(୧୮/୦୧): ବରଗଡ଼ ଜିଲ୍ଲା ଘେଁସ ହାଇସ୍କୁଲ ଖେଳପଡ଼ିଆ ଠାରେ ଚାଲିଥିବା ଲାଲଯୋଗେନ୍ଦ୍ରନାଥ ସିଂ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜିର ଗ୍ରୁପ୍ ‘ବି’ ର ପ୍ରଥମ ମ୍ୟାଚଟି ବଲାଙ୍ଗୀର ଓ ଘେଁସ ଏବଂ ଦ୍ବିତୀୟ ମ୍ୟାଚ ଟି ବରଗଡ଼ (ଭାରତ କ୍ଲବ) ଓ ସୋହେଲା(ଏ.ଏ.) ମଧ୍ୟରେ ଖେଳ ହୋଇ ଯଥାକ୍ରମେ ଘେଁସ ଓ ସୋହେଲା ଦଳ ବିଜୟୀ ହୋଇ ଉଭୟ ଦଳ ମଧ୍ୟରେ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ।

ମ୍ୟାଚ୍ ଟି ଅମୀମାଂସିତ ରହିବାରୁ ଟ୍ରାଇବ୍ରେକର ର ସହାୟତା ନିଆଯାଇଥିଲା । ଟ୍ରାଇବ୍ରେକର ରେ ୪ – ୩ ଗୋଲ୍ ରେ ସୋହେଲା(ଏ.ଏ.) କୁ ହରାଇ ଘେଁସ(ଏଲ୍.ଜେ.ଏନ୍.ଏସ୍.ଏ.ଏ) ଫାଇନାଲରେ ପ୍ରବେଶ କରିଛି । ଆସନ୍ତାକାଲି ରବିବାର ଦିନ ହୀରାକୁଦ(ଏ.ଏ.) ଓ ଘେଁସ(ଏଲ୍.ଜେ.ଏନ୍.ଏସ୍.ଏ.ଏ) ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ । ମେଲଛାମୁଣ୍ଡା ଥାନାର ଥାନାଧିକାରୀ ସପ୍ନାରାଣୀ ଗୋଛ୍ଛାୟତ, ସୋହେଲା ଜିଲ୍ଲାପରିଷଦ ସଭ୍ୟ ସୁବ୍ରତ ବେହେରା ଓ ଘେଁସ ଗ୍ରାମ୍ୟ ଉନ୍ନୟନ କମିଟୀ ପ୍ରମୁଖ ମ୍ୟାଚ ଗୁଡିକରେ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ରେଫରି ସନ୍ତୋଷ ପ୍ରଧାନ, ଗୋପାଳ ପ୍ରଧାନ ଓ ଲୁକୁ ଭୁଏ ପ୍ରମୁଖ ଆଜିର ଖେଳ ପରିଚାଳନା କରିଥିଲେ । ଅମୀୟ ପଟେଲ, ସୁଦୀପ ସାହୁ, ଗୋକୁଳଚନ୍ଦ୍ର ଦାସ, ରୁବୁନ ଦାଶ, କଲେକ୍ଟର ଶିଖା, ରାଜେଶ ପାଣ୍ଡେ ଓ ଏଲ୍.ଜେ.ଏନ୍.ଏସ୍.ଏ.ଏ ର ସଭ୍ୟ ମାନେ ସହଯୋଗ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: