Tuesday, March 19, 2024

Top 5 This Week

Related Posts

ଭିଜିଲାନ୍ସ ହାତରେ ଧରାପଡିଲେ ଲାବୋ୍ରୋଟୋରୀ ଟେକନିସିଆନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୨) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଗୋଷ୍ଠୀ ଡାକ୍ତରଖାନା ର ସିନିଅର ଲେବରୋ୍ଟୋରୀ ଟେକନିସିଆନ ଅକ୍ଷୟ କୁମାର ପଟ୍ଟନାୟକ ଆଜି ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି ।WhatsApp Image 2023 02 01 at 22.20.37 1 ଭିଜିଲାନ୍ସ ହାତରେ ଧରାପଡିଲେ ଲାବୋ୍ରୋଟୋରୀ ଟେକନିସିଆନ

ତରଭା ବ୍ଲକ ସୂର୍ଯ୍ୟମୁଣ୍ଡା ଗାଁର ମୁକୁନ୍ଦ ସାହୁଙ୍କ ରକ୍ତ ପରୀକ୍ଷା ସହ ଅନ୍ୟାନ୍ୟ ପରୀକ୍ଷା ପାଇଁ ଲେବରୋ୍ଟୋରୀ ଟେକନିସିଆନ ଅକ୍ଷୟ କୁମାର ପଟ୍ଟନାୟକ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଏ ନେଇ ମୁକୁନ୍ଦ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଯୋଜନା ମୁତାବକ ଅକ୍ଷୟ ହସ୍ପିଟାଲରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିନେଇଛି । ଅକ୍ଷୟଙ୍କୁ ସୋନପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ଅଧିକ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଥିବା ଜଣାଯାଇଛି ।

Popular Articles