ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବ 

0
143
ରାୟଗଡ଼ା ସ୍ଵୟଂ ଶାସିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୧/୦୨) : ଆଜି ଅର୍ଥାତ୍‌ ତା ୦୧/୦୨/୨୦୨୩ ଦିନ ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟନ ହୋଇଯାଇଛି ।WhatsApp Image 2023 02 01 at 18.13.57 1 ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବ 

ଏହି ପ୍ରତିଯୋଗିତା ସକାସେ ସକାଳ ୯ ଘଣ୍ଟ। ସମୟ ରେ କ୍ରୀଡ଼ାବିତ୍ ମାନଙ୍କ ଗୋଟିଏ ବିରାଟ ଶୋଭାଯାତ୍ରା ରେ ମାଁ ମଝିଘରିଆଣୀ ମନ୍ଦିର ରୁ ମସାଲ ଅଣାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କୁ ମୁ ଦ ଚନ୍ଦ୍ର ମିଶ୍ର ପ୍ରତିଯୋଗିତାକୁ ଉଦ୍‌ଘାଟନ କରି କ୍ରୀଡାବିତ୍‌ ମାନଙ୍କୁ ସପଥ ପାଠ କରାଇଥିଲେ । ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ପ୍ରଶନ୍ନ କୁମାର ଗନ୍ତାୟତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ କ୍ରୀଡା ସଂସଦର ଉପସଭାପତି ଶ୍ରୀ କେ ଶଶି ସହଉପସଭାପତି ଶ୍ରୀ ଗିରୀସ୍‌ ପଟ୍ଟନାୟକ, ଅଶୋକ କୁମାର ସାହୁ, ମନୋଜ ପଟ୍ଟନାୟକ, ସ୍ନେହାଞ୍ଜଳୀ ପାଣ୍ଡେ, ଦମୟନ୍ତି ବାଗ ଓ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।