ସଡ଼କ ଦୁର୍ଘଟଣା ରେ ଚାଳକ ଗୁରୁତର

0
88
ଦୁର୍ଘଟଣା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୧/୦୨) : ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣା ରେ ଚାଳକ ଗୁରୁତର । WhatsApp Image 2023 02 01 at 17.35.48 ସଡ଼କ ଦୁର୍ଘଟଣା ରେ ଚାଳକ ଗୁରୁତର

ସୂଚନା ଅନୁଯାଇ ୫୭ନଂ ଜାତୀୟ ରାଜପଥ ଚାରିଛକ ମାର୍ଡିଙ୍ଗ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଭୁବନେଶ୍ୱର ରୁ ବଲାଙ୍ଗୀର ଯାଉଥିବା OD 03V5400ନଂ ଥିବା ଏକ ଟାଟା ଏସି ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇଥିଲା । ଦୁର୍ଘଟଣା ରେ ଚାଳକ ଗୁରୁତର ହୋଇଥିଲା । ଗୁରୁତର ଚାଳକଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବଦ କରିବା ସହିତ ଘଟଣାର ତଦନ୍ତ ଚଳାଇଛି ।