Friday, March 29, 2024

Top 5 This Week

Related Posts

ବୋରିଗୁମ୍ମା ଜଳସମ୍ପଦ କାର୍ଯ୍ୟାଳୟରେ ପାଣି ପଞ୍ଚାୟତ ପକ୍ଷ ଉଦଘାଟନ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧/୨) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଜଳସମ୍ପଦ କାର୍ଯ୍ୟାଳୟରେ ଆଜି ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ର ଉଦଘାଟନ ହୋଇଯାଇଛି ।

ବୋରିଗୁମ୍ମା ଜଳସମ୍ପଦ କାର୍ଯ୍ୟାଳୟରେ ପାଣି ପଞ୍ଚାୟତ ପକ୍ଷ ଉଦଘାଟନ । ବୋରିଗୁମ୍ମା ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପୀତବାସ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋଟପାଡ଼ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ,ସମ୍ମାନିତ ଅତିଥି ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, ମୁଖ୍ୟ ବକ୍ତା ରୂପେ ଜଳ ଏବଂ ଭୁମି ପରିଚାଳନା ପ୍ରତିଷ୍ଠାନ, ଓଡ଼ିଶାର ଗୋଷ୍ଠୀ ସଂଗଠକ ପ୍ରଦୀପ୍ତ କିରଣ ମହାନ୍ତି, ସ୍ୱାମୀନାଥନ୍ ଅନୁସନ୍ଧାନ ପ୍ରତିଷ୍ଠାନର ଶ୍ରୀ ଅକ୍ଷୟ କୁମାର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମାଳତି ମାଝି, କେଶବ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ବିଡିକା,ନରେନ୍ଦ୍ର ବିଷୋୟୀ,ଭାସ୍କର ବିଷୋୟୀ, ରମେଶ ବିଷୋୟୀ,ହେଡ୍ ଓ୍ବାର୍କ୍ସର ଅଧୀକ୍ଷଣ ଯନ୍ତ୍ରୀ ସରୋଜ ସାହୁ, ମୂଖ୍ୟ ଯନ୍ତ୍ରୀ ଶତୃଘ୍ନ ମହାରଣା, କୋଟପାଡ ଏସ୍ ଡି ଓ ଜନାର୍ଦ୍ଦନ ସେ ତହସିଲଦାର, କୁସୁମୀ ଏସ୍ ଡି ଓ ସନ୍ତୋଷ କୁମାର ବେହେରା, ବୋରିଗୁମ୍ମା ଏସ୍ ଡି ଓ ଶିବାନା ଆଟକା ପ୍ରମୁଖ ମଞ୍ଚାସୀନ ଥିଲେ ।

କୋଟପାଡ଼, ବୋରିଗୁମ୍ମା ତଥା କୁସୁମୀ ଅଞ୍ଚଳରେ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ କିଛି ଚାଷୀଙ୍କୁ ପୁରଷ୍କୃତ ମଧ୍ୟ କରାଯାଇଥିଲା । କାଡା ପ୍ରକଳ୍ପର ଜୟନ୍ତିଗିରି ସ୍ଥିତ କାର୍ଯ୍ୟାଳୟ ଉପରେ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ବିରକ୍ତି ପ୍ରକାଶ କରିଥିଲେ ତଥା ତାଙ୍କର ପ୍ରୟାସର ସଫଳତା ସ୍ୱରୂପ ପ୍ରଥମ ଥର ପାଇଁ ସମସ୍ତ ଲୋକ ପ୍ରତିନିଧି ମାନଙ୍କୁ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଥିବାରୁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles