Advertisements
Sunday, July 5, 2020
Home headline ଲାଲଯୋଗେନ୍ଦ୍ରନାଥ ସିଂ ମେମୋରିଆଲ ଫୁଟବଲ ଟୁର୍ଣ୍ଞାମେଣ୍ଟ, ଫାଇନାଲରେ ହୀରାକୁଦ ଏଥେଲେଟିକ ଏସୋସିଏସନ୍

ଲାଲଯୋଗେନ୍ଦ୍ରନାଥ ସିଂ ମେମୋରିଆଲ ଫୁଟବଲ ଟୁର୍ଣ୍ଞାମେଣ୍ଟ, ଫାଇନାଲରେ ହୀରାକୁଦ ଏଥେଲେଟିକ ଏସୋସିଏସନ୍

ରିପୋର୍ଟ: ଜଗବନ୍ଧୁ ସାହୁ ||
ବରଗଡ଼(୧୭/୦୧): ଲାଲଯୋଗେନ୍ଦ୍ରନାଥ ସିଂ କ୍ରୀଡ଼ା ସଂଘ ଘେଁସ ଆନୁକୂଲ୍ୟରେ ସ୍ଥାନୀୟ ଘେଁସ ହାଇସ୍କୁଲ ଖେଳ ପଡ଼ିଆ ଠାରେ ” ଲାଲଯୋଗେନ୍ଦ୍ରନାଥ ସିଂ ମେମୋରିଆଲ ଫୁଟବଲ ଟୁର୍ଣ୍ଞାମେଣ୍ଟ ଶୁକ୍ରବାର ଆରମ୍ଭ ହୋଇଯାଇଛି ।

ଘେଁସ ରାଜମାତା/ସରପଞ୍ଚ ମମତା ସିଂ ବରିହା ମୁଖ୍ୟ ଅତିଥି , ଘେଁସ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେଶବଲାଲ ସାହୁ, ଦୟାନିଧି ପଟେଲ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଞାମେଣ୍ଟଟିକୁ ଉଦ୍ଘାଟନ କରି ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଉତ୍ସାହିତ କରିଥିଲେ । ଗ୍ରୁପ୍ “ଏ” ର ପ୍ରଥମ ମ୍ୟାଚ ଟି ପଦ୍ମପୁର ଓ ଖରମୁଣ୍ଡା ଦଳ ଏବଂ ଦ୍ବିତୀୟ ମ୍ୟାଚ ଟି ହୀରାକୁଦ ଓ କଳାପାଣି ଦଳ ମଧ୍ୟରେ ଖେଳ ହୋଇ ଯଥାକ୍ରମେ ପଦ୍ମପୁର ଓ ହୀରାକୁଦ ଦଳ ବିଜୟୀ ହୋଇ ସେମିଫାଇନାଲ ରେ ମୁହାଁମୁହିଁ ହୋଇଥିଲେ । ସେମିଫାଇନାଲ ରେ ଉଭୟ ଦଳ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ ହେଁ ହୀରାକୁଦ ଦଳ ୧ – ୦ ଗୋଲ ରେ ପଦ୍ମପୁର କୁ ହରାଇ ଟୁର୍ଣ୍ଞାମେଣ୍ଟ ର ଫାଇନାଲରେ ପ୍ରବେଶ କରିଛି ।

ସନ୍ତୋଷ ପ୍ରଧାନ, ଗୋପାଳ ପ୍ରଧାନ ଓ ଲୁକୁ ଭୁଏ ମ୍ୟାଚ ରେଫରି ଏବଂ ଅନନ୍ତ ଦାସ ଚତୁର୍ଥ ରେଫରି ଭାବରେ ମ୍ୟାଚ ଗୁଡିକ ପରିଚାଳନା କରିଥିଲେ । ଭାରତୀୟ ଷ୍ଟେଟବ୍ୟାଙ୍କ ଘେଁସ ଶାଖା ର ବ୍ୟାଙ୍କ ମ୍ୟାନେଜର ଶ୍ରୀଯୁକ୍ତ ପ୍ରକାଶ କୁମାର ତନ୍ତି , ଇଣ୍ଡେନ ଗ୍ୟାସ ବିତରକ ସଂସ୍ଥା ଘେଁସ ଶଖାର ଡାଇରେକ୍ଟର ବୁଲୁ ସାହୁ , ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଘେଁସ ଶାଖାର ବ୍ୟାଙ୍କ ମ୍ୟାନେଜର ଲିପସା ଦାଶ , ସୋହେଲା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିଶ୍ବରଞ୍ଜନ କର , ସାମାଜିକ କର୍ମୀ ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ମ୍ୟାଚ ଗୁଡ଼ିକ ରେ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ଅକ୍ଷୟ ସାହୁ , ରୁବୁନ ଦାଶ, ସୁଦୀପ ସାହୁ , ଅମୀୟ ପଟେଲ , ନନ୍ଦନ ମହାନନ୍ଦ , ସନ୍ତୋଷ ମହାନନ୍ଦ ଓ ଲାଲଯୋଗେନ୍ଦ୍ରନାଥ ସିଂ କ୍ରୀଡ଼ା ସଂଘ ର ସଭ୍ୟ ମାନେ ସହଯୋଗ କରିଥିଲେ । ଶନିବାର ଦିନ ର ଖେଳରେ ବଲାଙ୍ଗୀର ବନାମ ଘେଁସ ଏବଂ ବରଗଡ଼ ବନାମ ସୋହେଲା ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: