Tuesday, March 19, 2024

Top 5 This Week

Related Posts

ଅଚେତ ଅବସ୍ଥାରେ ଦୁଇ ଜଣ ଉଦ୍ଧାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୧/୦୨) : ଚା ରେ ନିଶା ଦେଇ ଲୁଟ । ଅଚେତ ଅବସ୍ଥାରେ ପୃଥକ ସ୍ଥାନରୁ ଦୁଇ ଜଣ ଉଦ୍ଧାର ।

ଆନନ୍ଦପୁର ଥାନା ମୁଗୁପୁର ଗାଁ’ର ଯୁଧିଷ୍ଟିର ଜେନା ଛେଳି ବିକ୍ରି କରିବାକୁ ଫକିରପୁର ହାଟକୁ ଆସିଥିବା ବେଳେ ତାଙ୍କୁ ପ୍ରଲୋଭନ ଦେଖାଇ ସର୍ବସ୍ୱ ଲୁଟି ନେବା ସହିତ ଘଷିପୁରା ଥାନା କଇନିପୁରା ନିକଟରେ ଫିଙ୍ଗି ଦେଇଥିଲେ । ସେହିଭଳି ହାଟଡିହି ବ୍ଲକ୍ ସୋସୋ ଗାଁ’ର ଶେଖ୍ ରଜାକ୍ ନାମକ ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ଭଳି ଗତକାଲି ଫେରି କରିବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଚା ରେ ନିଶା ଦେଇ ଟଙ୍କା ସହିତ ସମସ୍ତ ସାମଗ୍ରୀ ଲୁଟି ନେବା ପରେ ତାଙ୍କୁ ଆନନ୍ଦପୁର ଥାନା ମୋଚିନ୍ଦା ନିକଟରେ ଫିଙ୍ଗି ଦେଇଥିଲେ । ଉଭୟ ଙ୍କୁ ଅଚେତ ଅବସ୍ଥାରେ ପୋଲିସ୍ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲ୍ ରେ ଭର୍ତ୍ତି କରିବା ସହିତ ତଦନ୍ତ ଜାରି ରଖିଛି ।

Popular Articles