୧୬ ନଂ ଜାତୀୟ ରାଜପଥରେ ପୁଣି ଏକ ଦୁର୍ଘଟଣା, ଚାଲି ଗଲା ଆଉ ଏକ ଅମୂଲ୍ୟ ଜୀବନ

ରିପୋର୍ଟ: ସତ୍ୟଜିତ ବାରିକ ||
ଯାଜପୁର(୧୭/୦୧): ଯାଜପୁର ଜିଲ୍ଲା ଜାତୀୟ ରାଜପଥରେ ଆଉ ଏକ ଦୁର୍ଘଟଣା । ଦୁର୍ଘଟଣାରେ ଗଲା ଯୁବକର ଜୀବନ । ଘଟଣା ଘଟିଛି ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ । ମୃତ ଯୁବକ ହେଲେ ଜାରକା ଅଞ୍ଚଳର ଆଦିତ୍ୟ ବର୍ମା ।

ସେ ଆଜି ଅପରାହ୍ନରେ ନିଜ ବାଇକ ଯୋଗେ ଜାତୀୟ ରାଜପଥ ପାର ହେଉଥିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ନିକଟସ୍ଥ ଧର୍ମଶାଳା ମେଡିକାଲରେ ଭର୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ତଦନ୍ତ ଚଳାଇଛି। ମୃତ ଆଦିତ୍ୟ ଜାରକା ଅଂଚଳରେ ଜିମ ବୟ ଭାବେ ପରିଚିତ ଥିଲେ।

Comments are closed.