କିଟ୍ ର ୨୫ବର୍ଷ ପୂର୍ତୀ ରୋପ୍ୟ ଜୟନ୍ତି ପାଳନ : ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ

0
258
କିଟ୍

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା : (୩୧/୦୧) : କିଟ୍ ର ୨୫ବର୍ଷ ପୂର୍ତୀ ରୋପ୍ୟ ଜୟନ୍ତି ପାଳନ ଅବସରରେ ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ । ଏହି ପ୍ରତିଯୋଗୀତାରେ ୧୫ ଗୋଟି ହାଇସ୍କୁଲର ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ ।କିଟ୍

ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସରସ୍ୱତୀ ମାଝି ଓ ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଅତିଥିଭାବେ ଯୋଗଦେଇ ମାରାଥନ ଦୌଡ଼ ର ଶୁଭାରମ୍ଭ କରିଥିଲେ । ରାୟଗଡ଼ା ସହର ର ଶିରିଗୁଡା ଠାରୁ ଏହି ମାରାଥନ ଦୌଡ଼ ଆରମ୍ଭ ହୋଇ ଜିଆଇଏ ସି.ଆର୍ କଲେଜ ନିକଟରେ ଶେଷ ହୋଇଥିଲା । ଶିକ୍ଷାକୁ ସାର୍ବଜନୀନ କରିବା ଏହି ମାରାଥନ ଦୌଡ଼ ର ମୂଳ ଉଦ୍ଦେଶ୍ୟ ଥିଲା । ଗତ ୨୫ ବର୍ଷ ଧରି କିସ ଓ କିଟ୍ ଅନୁଷ୍ଠାନ ନିରବଛିନ୍ନ ଭାବେ ଶିକ୍ଷାକୁ ପ୍ରାଥମିକତା ଦେଇଆସୁଛନ୍ତି । ଏହାର ଫଳ ସ୍ୱରୂପ ଏହି ଦୁଇ ଅନୁଷ୍ଟାନରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଜନଜାତିର ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ କରି ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି । ଆମ ରାଜ୍ୟର ଓ ରାଜ୍ୟ ବାହାର ମାନବ ସମ୍ବଳର ବିକାଶ ଦିଗରେ କିସ ଓ କିଟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି ।

ଏହି ଅବସରରେ ଜୁପିଟର ଇଣ୍ଟରନ୍ୟାସନାଲ ଶିକ୍ଷାନୁଷ୍ଠାନ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ସୁଶ୍ରୀ ସରସ୍ୱତୀ ମାଝି ମୂଖ୍ୟ ଅତିଥି, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ସମ୍ମାନୀତ ଅତିଥି , ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସମ୍ମାନୀତ ଅତିଥି, ଜୁପିଟର ଇଣ୍ଟର ନ୍ୟାସନାଲ ସ୍କୁଲର ନିର୍ଦ୍ଦେଶକ ଗୋବିନ୍ଦ ପ୍ରସାଦ ରଥ ସମ୍ମାନୀତ ଅତିଥି ଓ କଲିଙ୍ଗ ଟିଭି ବ୍ୟୁରୋ ହେଡ ଅମୂଲ୍ୟ ରତ୍ନ ସାହୁ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରଯାଇଥିଲା ।WhatsApp Image 2023 01 30 at 14.36.24 କିଟ୍ ର ୨୫ବର୍ଷ ପୂର୍ତୀ ରୋପ୍ୟ ଜୟନ୍ତି ପାଳନ : ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ

କଳିଙ୍ଗଟିଭି ର ପ୍ରତିନିଧି ଅମୂଲ୍ୟ ରତ୍ନ ସାହୁ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଓ ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ମାରାଥନ ଦୌଡ଼ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ସ୍ବରୂପ କପ୍ ପ୍ରଦାନ କରାଯାଇଥିଲା । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜୁପିଟର ଇଣ୍ଟରନ୍ୟାସନାଲ କଲେଜର ପ୍ରିନସିପାଲ ସଭାର ସମସ୍ତ ଆୟୋଜନ କରିଥିବା ବେଳେ, ରାୟଗଡ଼ା ବ୍ଳକ ଉପାଧ୍ୟକ୍ଷ ହରପ୍ରସାଦ ହେପୃକା ମଞ୍ଚ ପରିଚାଳନା କରିଥିଲେ । କିସ ଓ କିଟର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଦୀର୍ଘ ୨୫ ବର୍ଷ ଧରି ତ୍ୟାଗପୂତ ଜୀବନ ସମାଜ ପାଇଁ ନୂଆ ଦୀଗଦର୍ଶନ ଦେଇଥିବା ନେଇ ମୂଖ୍ୟ ଅତିଥି ସରସ୍ବତୀମାଝି ମତବ୍ୟକ୍ତ କରିଥୁଲେ ।

ସେହିଭଳି ଜନଜାତିଙ୍କ ଶିକ୍ଷାର ବିକାଶକୁ ନେଇ ଡଃ. ଅଚ୍ୟୁତ ସାମନ୍ତଙ୍କ ଅବଦାନ ଅତୂଳନୀୟ ବୋଲି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଉପସ୍ତିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । କିସ ର ରାୟଗଡ଼ା ଜିଲ୍ଲା ସଂଯୋଜକ ରୋନୀତ ଶବର ମାରାଥନ ରେସ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ଭିତରେ ଜିତେନ୍ଦ୍ର କାରଜୀ , ବାବୁଲା ମେଲେକା, ଶ୍ରୀନିବାସ ଶବର, ପ୍ରଦୀପ ଶବର, ଶ୍ରୀନିବାସ ତାଡିଙ୍ଗି, ଚିତ୍ରସେନ ଜାନି, ଜୁନାମ ଶବର ପ୍ରମୂଖ ଅଂଶଗ୍ରହଣ କରି ମାରାଥନ ଦୌଡ଼କୁ ସଫଳ ସମ୍ପାଦନ କରିଥିଲେ ।