Wednesday, September 23, 2020
Home Death Case ଯାଜପୁର ଶ୍ରୀରାମ ପୁର ନିକଟରୁ ହାତଗୋଡ ବନ୍ଧା ଅବସ୍ଥାରେ ଯୁବକର ମୃତ ଦେହ ଉଦ୍ଧାର

ଯାଜପୁର ଶ୍ରୀରାମ ପୁର ନିକଟରୁ ହାତଗୋଡ ବନ୍ଧା ଅବସ୍ଥାରେ ଯୁବକର ମୃତ ଦେହ ଉଦ୍ଧାର

ରିପୋର୍ଟ: ସତ୍ୟଜିତ ବାରିକ ||
ଯାଜପୁର(୧୬/୦୧): ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକର ମୃତ ଦେହ ଉଦ୍ଧାର । ମୃତ ଯୁବକ ହେଲେ ଜଗତପୁର ଭୁବନପୁର ଗ୍ରାମର ଜୟୀରାମ ବାରିକଙ୍କ ପୁଅ ବଳରାମ ବାରିକ। ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ଶ୍ରୀରାମପୁର ଟୋଲ ଗେଟ ପାର୍ଶ୍ୱ ଏକ ନାଳରୁ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ।

ମୃତ ବଳରାମ ବୃତ୍ତିରେ ଟ୍ରକ ଡ୍ରାଇଭର ବୋଲି ଜଣାପଡିଛି। ୧୪ତାରିଖରେ ବଳରାମ ଟ୍ରକ ନେଇ ପାରାଦୀପ ଯିବା ସମୟରେ ଶ୍ରୀରାମପୁର ଗେଟ ନିକଟରେ ଅଟକିଥିଲେ। ସେଠାରେ କିଛି ଦୁର୍ବୁତ୍ତ ହାତଗୋଡ଼ ବାନ୍ଧି ତାଙ୍କୁ ହତ୍ୟା କରି ନାଳରେ ପିଙ୍ଗିଦେଇ ଗାଡି ଲୁଟି ନେଇଥିଲେ। ଡ୍ରାଇଭରଙ୍କ ସହ ଯୋଗାଯୋଗ ନହେବାରୁ ପରେ ଗାଡି ମାଲିକ ଜିପିଆରଏସ ସିଷ୍ଟମ ଜରିଆରେ ଆଠମଲ୍ଲିକ ଅଂଚଳରୁ ଗାଡିକୁ ଠାବ କରିଥିଲେ। ଗାଡିକୁ ଲୁଟ କରିଥିବା ଦୁର୍ବୁତ୍ତଙ୍କୁ ସେଠାରେ ଜେରା କରାଯିବା ପରେ ବଳରାମଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏନେଇ ବଡ଼ଚଣା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୩ ୵ ୯ ୵ ୨୦):ପଦ୍ମପୁର ଉପଖଣ୍ଡ ରାଜଵୋରାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଇକମାଲ ବ୍ଲକ...

ବାପା ମାଙ୍କ ମୃତ୍ୟୁ ପରେ ଏକ ମାତ୍ର ପୁଅ ସୁଶାନ୍ତ ବର୍ତ୍ତମାନ ଅସାଧ୍ୟ ରୋଗରେ

ରିପୋର୍ଟ: ରାକେଶ ମହାରଣା // ଖଲିକୋଟ (୨୧/୦୯): ସୁଶାନ୍ତ ସ୍ୱାଇଁ, ଜଣେ ଶାନ୍ତଶିଳ ମଣିଷ | ବାପା ମାଙ୍କ ମୁର୍ତ୍ୟୁ ପରେ ବଂଶ ରକ୍ଷା ଦାୟିତ୍ୱ ତାଙ୍କ ଉପରେ |ଘରର ଏକୋଇର ବୋଳା ସୁଶାନ୍ତ,...

ସରକାରୀ ଜମି ଜବର ଦଖଲ ଏବଂ ଅଭିଯୋଗକାରୀଙ୍କୁ ନାଲି ଆଖି, ପ୍ରଶାସନ ଚୁପ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା୨୨ ୵ ୯୵ ୨୦୨୦): ପଦ୍ମପୁର ଉପଖଣ୍ତ ସଦରମହକୁମା ଏନ.ଏ.ସି ଅଧିନସ୍ଥ ବ୍ରାହ୍ମଣୀ ବନ୍ଧ ବହୁ ଦିନ ଧରି ଜରାଯିର୍ଣ ଅବସ୍ଥାରେ ପଡିଥିବା ବେଳେ ବର୍ତମାନ...

ଗରିବ ଆଦୀବାସୀ ଝିଅକୁ କଲେଜରେ ଆଡ୍‌ମିଶନ ସହଯୋଗ ମିଳିଲା

ରିପୋର୍ଟ - ନିରୋଜ କୁମାର ପାଣୀ // ବରଗଡ଼ ,ତା ୨୨ ୵ ୯ ୵ ୨୦): ଶିକ୍ଷାଲାଭ କରିବା ପ୍ରତ୍ୟେକ ମଣିଷର ଏକ ମୌଳିକ ଅଧିକାର । ମାତ୍ର ପରିସ୍ଥିତି ଅନେକ ଙ୍କୁ...

Recent Comments

%d bloggers like this: