ବରୀ ପୋଲିସ ଓ ସାମାଜିକ କର୍ମୀମାନଙ୍କ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ: ସତ୍ୟଜିତ ବାରିକ ||
ବରୀ(୧୬/୦୧): ବୁଧବାର ଦିନ ୩୧ତମ ଜାତୀୟସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ ବରୀ କୁଆଖିଆ ରାସ୍ତାର ଶଙ୍ଖାରୀଗଡା଼ ପୋଲ ଠାରେ ଦିନ ୧୦ଘଟିକା ସମୟରେ ଏକ ସଚେତନତା ରଥ ବାହାରି ବରୀ ବ୍ଲକର ବିଭିନ୍ନ ପଞ୍ଚାୟତ ପରିଭ୍ରମଣ କରିବା ସହିତ ହେଲେମେଣ୍ଟ ଓ ସିଟି ବେଲ୍ଟ ପିନ୍ଧିଥିବା ଗାଡି ଚାଳକମାନଙ୍କୁ ଚନ୍ଦନ, ସୁନ୍ଦର ଓ ରାକ୍ଷୀ ବାନ୍ଧି ସେମାନଙ୍କ ମଙ୍ଗଳ କରିଥିଲେ ।

ଏହାସହିତ ବିଭିନ୍ନ ସଚେତନତା ବାର୍ତା ବାଣ୍ଟିଥିଲେ । ଉକ୍ତ କାଯ୍ୟକ୍ରମକୁ ଯାଜପୁର ଏମ୍ ଭି ଆଇ ଦୀପକ କୁମାର ସେଠି ଉଦଘାଟନ କରିଥିଲେ ଓ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘର ସଭାପତି ଅଜାମ୍ବର ସାହୁ, ଅଜୟ ସାହୁ, ଆନନ୍ଦ ସାହୁ, ନାରାୟଣ ରଣା, ବିକ୍ରମ ସାହୁ, ସଦାନନ୍ଦ ମଲ୍ଲିକ, ଚିନ୍ମୟୀ ମହାନ୍ତି, ନିର୍ମଳା ଦାସ, ସନ୍ତୋଷ ପରିଡା, ତ୍ରିଲୋଚନ ମଲ୍ଲିକ, ଆଶୁତୋଷ ସାହୁ, କାଁହୁ ଚରଣ ଦାସ ଓ କ୍ଷେତ୍ରବାସୀ ପରିଡା ପ୍ରମୁଖ ଉପସ୍ଥିତ ରହି ସଚେତନତା କାଯ୍ୟକ୍ରମରେ ସହଯୋଗ କରିଥିଲେ |

ତା ସହିତ ନିଶାଶକ୍ତ ହୋଇ ଗାଡି ନଚଲାଇବା, ହେଲେମେଣ୍ଟ ପିନ୍ଧି ଗାଡି ଚଲାଇବାକୁ ସମାଜସେବୀ ସତ୍ୟରଞ୍ଜନ କର ସମସ୍ତଙ୍କୁ ଅନୁରୋଧ କରିଥିଲେ । ସେହିପରି ବରୀ ପୋଲିସ ତରଫରୁ ମଧ୍ୟ ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ଙ୍କ ନେତୃତ୍ୱରେ ବାଲିଆ ଛକଠାରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଲୋକ ମାନଙ୍କୁ ହେଲମେଟ ଓ ସିଟବେଲ୍ଟ ବନ୍ଦୀ ଗାଡି ଚଲାଇବାକୁ ବୁଝାଯାଇଥିଲା ।

Comments are closed.