ଦମୟନ୍ତୀ ସାଗର ଓ ଦେୱାନମୁଣ୍ଡା ପୋଖରୀକୁ ମୋ ପୋଖରୀ ଯୋଜନାରେ ସାମିଲ : ମୁଖ୍ୟମନ୍ତ୍ରୀ

0
136
ଦମୟନ୍ତୀ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୩୦/୧) : କୋରାପୁଟ ଜିଲ୍ଲା କୋଟପାଡ଼ ସହର ମଧ୍ୟରେ ଥିବା ଦମୟନ୍ତୀ ସାଗର ଓ ଦେୱାନମୁଣ୍ଡା ପୋଖରୀକୁ ବରିଷ୍ଠ ନାଗରିକ ଏବଂ ମୋ ଦମୟନ୍ତୀ ସାଗର କମିଟି ପକ୍ଷରୁ ପୁନରୁଦ୍ଧାର କରିବା ପାଇଁ ବାରମ୍ବାର ଦାବୀ ହୋଇ ଆସୁଥିଲା ।

ଦମୟନ୍ତୀ ସାଗର ଓ ଦେୱାନମୁଣ୍ଡା ମୋ ପୋଖରୀ ଯୋଜନା ରେ ସାମିଲ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବରିଷ୍ଠ ନାଗରିକ ତଥା ସମାଜ ସେବୀ ଶ୍ରୀ ଗଣେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ସହରରେ ସଚେତନତା ସୃଷ୍ଟି ହୋଇ ଚାଲିଥିଲା । ଦୀର୍ଘ ଦିନର ସଂଘର୍ଷ ପରେ ଆଜି ଉଦ୍ୟମ ସଫଳ ହୋଇଥିବା ବୁଦ୍ଧିଜୀବି ମହଲ ରେ ପ୍ରକାଶ ପାଇଛି । ବିଭିନ୍ନ ଗଣ ମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇବା ପରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ୩୦ ତାରିଖ ସୋମବାର ଦିନ ୧୨.୩୦ ମିନିଟ ସମୟରେ ଭିଡିଓ କନଫେରନସ ମାଧ୍ୟମରେ ଶାସନ ସଚିବ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ଜଣା ଯାଇଛି ।

ଏହି ଅବସରରେ ବରିଷ୍ଠ ନାଗରିକ ଶ୍ରୀ ଗୌରୀ ପ୍ରସାଦ ପଟ୍ଟନାୟକ, ବାଲକୃଷ୍ଣ ଖାଡେଙ୍ଗା, ଗୌର ରଥ, ମୁରଲୀ ପାତ୍ର, ରଙ୍ଗ ହୋତା, ଓକିଲ ସଂଘର ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ, ପୋୖରାଧ୍ୟକ୍ଷ ଶଙ୍କର ରାଓ, ବାପୁନ ତ୍ରିପାଠୀ, ପୂର୍ବ ତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପାର୍ବତୀ ନାଇକ, ବ୍ଲକ ମିଡ଼ିଆ ଆସୋ ସିଏସନ ସଭାପତି ଶ୍ରୀ ହରିଶ କୁମାର ପଟ୍ଟନାୟକ, ମୋ ଦମୟନ୍ତୀ ସାଗର କମିଟି ର କର୍ମ କର୍ତ୍ତାଙ୍କ ସମେତ ସହର ବାସୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉଚିତ ପଦକ୍ଷେପକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶାର ସମ୍ବଲପୁର, କୋରାପୁଟ, ଗଜପତି, ଗଞ୍ଜାମ, ବୌଦ୍ଧ, କଟକ, ଜଗତସିଂହପୁର, ଅନୁଗୁଳ, ବଲାଙ୍ଗୀର, ଖୋର୍ଦ୍ଧା, ଯାଜପୁର ଜିଲ୍ଲାରେ ଥିବା ବଡ଼ ପୋଖରୀ ମହାବନ୍ଧ ଏବଂ ସାଗର ମୋ ପୋଖରୀ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଥିବା ଜଣାଯାଇଛି ।