ଜୟ ଡଙ୍ଗରବୁଢା କପ ଫୁଟବଲ ଉଦଘାଟିତ; ସିଆଲଝୁଡ଼ଙ୍ଗୀ ଓ ବେଛୁବାହାଳି ବିଜୟୀ

ରିପୋର୍ଟ: ଭଗବାନ ମହାନ୍ତି ||
ମୁରିବାହାଲ (୧୫/୦୧/୨୦): ମୁରିବାହାଲ ବ୍ଳକ ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗ୍ରାମ ଖେଳ ପଡିଆରେ ବୁଧବାରଠାରୁ ଚତୁର୍ଥ ଜୟ ଡଙ୍ଗରବୁଢା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।

ଉଦଘାଟନି ପ୍ରଥମ ମ୍ୟାଚରେ ସିଆଲଝୁଡ଼ଙ୍ଗୀ ଦଳ ୫-୪ ଟ୍ରାଇବ୍ରେକରରେ ଯୁଗୀରତା ଦଳକୁ ପରାସ୍ତ କରିଥିବା ବେଳେ ଦ୍ଵିତୀୟ ମ୍ୟାଚରେ ବେଛୁବାହାଳି ଦଳ ୫-୪ ଟ୍ରାଇବ୍ରେକରରେ ମୁରିବାହାଲ ଦଳକୁ ପରାସ୍ତ କରିଛି।ଉଦଘାଟନି ମ୍ୟାଚରେ ହଳଦୀ ସରପଞ୍ଚ ଗୋପୀନାଥ ପାଣିଗ୍ରାହୀ ମୁଖ୍ୟ ଅତିଥି, ଗାଁ ଗୌନ୍ତିଆ ଖୁସିରାମ ଭୋଇ,ସମାଜସେବୀ ଗୋପାଳକୃଷ୍ଣ କମ୍ପ, ବରିଷ୍ଠ କଂଗ୍ରେସ ନେତା ବେଣୁଧର ପସାୟତ,ଚତୁର ମହାନନ୍ଦ,ମୁଁନସିରାମ ମାଝୀ, ପୁଡିସରା ୱାର୍ଡ ସଭ୍ୟ ମୋହନ ବାଗ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଅଶ୍ୱିନୀ ଭୁକ୍ତା, ଶିବ ଧରୁଆ ଓ ରାଜାରାମ ଦାସ ଖେଳ ପରିଚାଳନା କରିଥିଲେ।ଆୟୋଜକ ଡଙ୍ଗରପଡା ଫୁଟବଲ କମିଟିର ଦିବାକର ଭୋଇ, ଶୁଭମ କମ୍ପଙ୍କ ସହ ଗ୍ରାମବାସୀ ସହଯୋଗ କରୁଛନ୍ତି।

Comments are closed.