Thursday, March 28, 2024

Top 5 This Week

Related Posts

ନାବାଳିକା କୁ ଗଣବଳାତ୍କାର କଲେ ୩ ଯୁବକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୩୦/୦୧) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କରଞ୍ଜପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଦୃଷ୍ଟିହୀନ ନାବାଳିକା, ଯାହାର ଫାଇଦା ଉଠାଇଲେ ନିଶାଖୋର ପିଶାଚ । ଅସ୍ତରଙ୍ଗ ରେ ନାବାଳିକା କୁ ଗଣବଳାତ୍କାର କଲେ ୩ ଯୁବକ ।

ଅସ୍ତରଙ୍ଗ ବ୍ଲକ ରେ ବଳାତ୍କାର ର ଶିକାର ହୋଇଛନ୍ତି ଜଣେ ନାବାଳିକା ଯିଏ କି ଜନ୍ମରୁ ଅନ୍ଧ । ଯାହାର ଅନ୍ଧ ପଣର ସୁଯୋଗ ନେଇ ନାବାଳିକା କୁ ସେହି ଗ୍ରାମର ୩ ଯୁବକ ସୁବାସ ମଲ୍ଲିକ, ରାମଚନ୍ଦ୍ର ମଲ୍ଲିକ, ମିଲନ ମଲ୍ଲିକ ଏହିପରି ଏକ ଲୋମହର୍ଷଣକାରୀ ଘଟଣା ଘଟାଇଛନ୍ତି । ପୀଡିତା ଗୀତ ଶୁଣିବାକୁ ଭଲ ପାଏ । ଗୀତ ଓ ସିରିଏଲ ଶୁଣିବାକୁ ପଡୋଶୀ ଙ୍କ ଘରକୁ ଯାଇଥିଲେ । ଫେରିବା ସମୟରେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ ଏହି ୧୫ ବର୍ଷିଆ ନାବାଳିକା । ଘଟଣା ସ୍ଥଳରେ ଅନ୍ୟ ୩ ବନ୍ଧୁ ଯିଏ କି ଘଟଣାର ମଜା ନେଉଥିଲେ ଆଉ ଶୁଟିଙ୍ଗ କରୁଥିଲେ ଭିଡ଼ିଓ । ପୀଡିତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ଦୃଢ଼ ପ୍ରତିବାଦ କରିଛନ୍ତି ପୀଡିତା ପରିବାର ଓ ପଡୋଶୀ । ସମାଜରେ ଏକ ବ୍ୟାଧି ଭଳି ବଢ଼ି ଚାଲିଛି ଦୁଷ୍କର୍ମ । ପ୍ରତିଦିନ ଏହାର ଶିକାର ଅନେକ ମହିଳା । ବାଦ ମଧ୍ୟ ପଡ଼ୁନାହାନ୍ତି ନାବାଳିକା ।

Popular Articles